ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସରକାରୀ ଶିକ୍ଷକଙ୍କ କୋଚିଙ୍ଗ ସେଣ୍ଟର ପୀରତି

ବାଲେଶ୍ୱର ୨୮/୪ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ମେ ୬ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିବାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଛୁଟି କେବଳ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ କରାଯାଇଥିବା ବେଳେ ଶିକ୍ଷକ,ଶିକ୍ଷୟିତ୍ରୀ ତଥା କର୍ମଚାରୀ ସକାଳ ୬:୩୦ ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଅପର ପକ୍ଷରେ ସରକାରୀ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ କୌଣସି କୋଚିଂ ସେଣ୍ଟରରେ ପାଠ ପଢାଇ ପାରିବେ ନାହିଁ ବୋଲି ଶିକ୍ଷାବିଭାଗର କଡ଼ା ନିର୍ଦ୍ଦେଶ ରହିଛି। କିନ୍ତୁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଧୀନସ୍ଥ ଗୋଡିଖାଳ ବନବିହାରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ସୁବାସ ଚନ୍ଦ୍ର ନାୟକ ଓ ଚୋରପଦା ସଚ୍ଚିଦାନନ୍ଦ ସରକାରୀ ଉପ୍ରା ବିଦ୍ୟାଳୟର ଶିକ୍ଷକ ପିତାମ୍ବର ନାୟକ ପ୍ରମୁଖ ସରକାରୀ ନିର୍ଦେଶକୁ ବେଖାତିର କରି ଉପରୋକ୍ତ ନିର୍ଦ୍ଧାରିତ ସମୟରେ ସ୍କୁଲ ନଯାଇ ଗ୍ରୁପ୍ ଟ୍ୟୁସନରେ ବ୍ୟସ୍ତ ରହି ବସ୍ତା ଅଞ୍ଚଳର ୨ ସରକାରୀ ତଥା ସପ୍ତମ ବେତନଭୋଗୀ ଶିକ୍ଷକ ଚର୍ଚ୍ଚାରେ ରହିଛନ୍ତି। ତେଣୁ ରାଜ୍ୟ ସରକାର ଏହାର ତଦନ୍ତ କରି ଦୣଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *