ପ୍ରଜ୍ଞାନ ମିଶନଆନୁକୂଲ୍ୟରେ ଗୀତା ଆବୣତି ପ୍ରତିଯୋଗତା

ଭବାନୀପାଟଣା-୧୪/୯ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ପରିସରରେ ପ୍ରଜ୍ଞାନ ମିଶନ ପକ୍ଷରୁ ସପ୍ତମ ବାର୍ଷିକ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ତିନୋଟି ବର୍ଗରେ ଶତାଧିକ ପ୍ରତିଯୋଗୀ ଭାଗ ନେଇ ମଧୁର କଣ୍ଠଧ୍ବନିରେ ଶ୍ଳୋକ ଆବୃତ୍ତି କରିଥିଲେ। ଶ୍ରୀ ହେମନ୍ତ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ବିଶ୍ଵନାଥ ଠାକୁର ମହୋଦୟ ଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ନିମନ୍ତ୍ରିତ ଅତିଥି ମାନେ ଗୁଞ୍ଜରିତ ପ୍ରତିଟି ଧ୍ଵନି ମାନବ ଜୀବନେ ଗାଇଯାଏ ଅମରତ୍ବ କାହାଣୀ ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଅରୁଣ କୁମାର ପାଣିଗ୍ରାହୀ, ବିଶ୍ବ ରଞ୍ଜନ ପଣ୍ଡା, ଦିଲ୍ଲୀପ ଗୁରୁଜୀ, ହେମନ୍ତ ମୁଣ୍ଡ, ଦେବସଖା ଯୋଶୀ, ଦୁଷ୍ମନ୍ତ ମୁଣ୍ଡ, ସନ୍ତୋଷ ପ୍ରଧାନ ପ୍ରମୁଖ ପ୍ରତିଯୋଗିତାକୁ ସଫଳ ମଣ୍ଡିତ କରିଥିଲେ। ‘କ’ ବିଭାଗରୁ ଅଙ୍କୁଶ ପଟେଲ, ସାଇ ଗୋୖତମୀ ସାହୁ, ଅର୍ଣ୍ଣବ ପ୍ରଧାନ ‘ଖ’ ବିଭାଗରୁ ବାବୁଲି ମାଝୀ, ପୁନମ ସାହୁ, ପାୟଲ ବଞ୍ଜାରା ‘ଗ’ ବିଭାଗରୁ ରୂପ୍ସା ରୁଚିସ୍ମିତା ନାଏକ, ଶିବାନନ୍ଦ ବାରିକ, ପ୍ରିୟଙ୍କା ମିଶ୍ର ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *