ପ୍ରଧାନମନ୍ତ୍ରୀ ଆବାସ ପାଇଁ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୈାଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ

କେସିଙ୍ଗା- ୬/୧୦ କେସିଙ୍ଗା ବ୍ଲକର ୨୬ ଗୋଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ଘର ପାଇଁ ଅନଲାଇନ ଆବେଦନ ଆରମ୍ଭ ହୋଇଛି ବୋଲି ଗ୍ରାମାଞ୍ଚଳରେ ଗୁଜବ ସୃଷ୍ଟି କରାଯାଇଛି ବୋଲି ବିଡ଼ିଓଙ୍କ ନଜରକୁ ଆସିଛି। ମାତ୍ର ଏହା ଠକାମୀ କାରବାର ବୋଲି ସେ କହିଛନ୍ତି। ବିଡ଼ିଓଙ୍କ ନୋଟିସ ଅନୁଯାୟୀ ପଞାୟତ ଗୁଡ଼ିକରେ ଥିବା ଅନଲାଇନରେ କାମ କରୁଥିବା କମ୍ପ୍ୟୁଟର ସେଣ୍ଟର ଓ ଜନସେବା କେନ୍ଦ୍ରର କାର୍ଯ୍ୟକର୍ତ୍ତା ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ଘର ପାଇଁ ଅନଲାଇନ ଆବେଦନ କରାଯାଉଛି ବୋଲି କହି ନିରୀହ ଲୋକମାନଙ୍କୁ ଭୂଆଁ ତୁଲାଉଛନ୍ତି। ଏହି ଆବେଦନ ପାଇଁ ସେମାନେ ଜଣପିଛା ଟ ୨୦୦ ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ନିରୀହ ଲୋକଙ୍କ ଠାରୁ ଠକି ନେଉଛନ୍ତି। ପ୍ରକୃତରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ସରକାରଙ୍କ ତରଫରୁ ସେପରି କୈାଣସି ନିର୍ଦ୍ଦେଶନାମା ଆସିନାହିଁ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବିଡିଓ ପଦ୍ମନାଭ ପୁରୋହିତ ସର୍ବସାଧାରଣଙ୍କ ନିମନ୍ତେ ଏକ ନୋଟିସ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *