ଫେବୃଆରୀ ୪ ରୁ ୮ ଖଡ଼ିଆଳ ମହୋତ୍ସବ

ଖଡିଆଳ-୧୧/୧୧ ଆସନ୍ତା ଫେବ୍ରୁଆରୀ ୪ ତାରିଖରୁ ୮ ପର୍ଯ୍ୟନ୍ତ ଖଡ଼ିଆଳ ମହୋତ୍ସବ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତିଙ୍କ ଠାରୁ ପ୍ରକାଶ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳର ଲୋକକଳା, ଲୋକ ସାହିତ୍ୟ ଓ ଲୋକ ପରମ୍ପରାର ପୁନରୁଦ୍ଧାର ପାଇଁ ପ୍ରତିବର୍ଷ ପାଳନ ହୋଇଆସୁଛି ଖଡ଼ିଆଳ ମହୋତ୍ସବ। ପ୍ରତିବର୍ଷ ପରି ଚଳିତବର୍ଷ ଖଡ଼ିଆଳ ମହୋତ୍ସବ ପାଳନ ନିମନ୍ତେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜିତେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଥିବାବେଳେ ଅନୁଷ୍ଠାନର ସମ୍ପାଦକ ସୁନିଲ କୁମାର ସାହୁ ଗତ ୨୦୨୪ ମହୋତ୍ସବର ଆୟବ୍ୟୟ ଉପରେ ସୂଚନା ଦେଇଥିଲେ। ଏହାପରେ ୨୦୨୫ ମହୋତ୍ସବର ରୂପରେଖ ଉପରେ ଆଲୋଚନା ହୋଇଥିଲା। ଏହାସହ ମହୋତ୍ସବର ସଫଳତା ନିମନ୍ତେ ଏକ ଆୟୋଜକ କମିଟି ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବରେ ଜିତେନ୍ଦ୍ର ନାଥ ପଟ୍ଟନାୟକ, ଉପ ସଭାପତି ସୁଶାନ୍ତ ତାଣ୍ଡି, ସମ୍ପାଦକ ସୁନିଲ କୁମାର ସାହୁ, ମୁଖ୍ୟ ସଂଯୋଜକ ନିମାଇଁ ଚରଣ ତାଣ୍ଡି, ସହ ସମ୍ପାଦକ ଗିରିଧାରୀ ବିଭାର କୋଷାଧ୍ୟକ୍ଷ ଛବି ସାଗରଙ୍କୁ ମନୋନୀତ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କମିଟିର ଉପଦେଷ୍ଟା ଏନ୍ ଏ ସି ଅଧ୍ୟକ୍ଷ ଉଚ୍ଚବ ଗୁପ୍ତା, ମେଜର୍ ରାମଚନ୍ଦ୍ର ମିଶ୍ରଙ୍କ, ଜଗବନ୍ଧୁ ବାରିକ, ଅମରେଶ ପଟ୍ଟନାୟକ, ସୁଶାନ୍ତ କୁମାର ବିଶି ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *