
କେସିଙ୍ଗା- ୮/୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଥେଲେଟିକ୍ ଆଣ୍ଡ କଲଚରାଲ୍ ଆସୋସିଏସନ୍ ତରଫରୁ ୧୦ମ ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ସ୍ପୋର୍ଟସ ହଷ୍ଟେଲ ଚମ୍ପିୟାନ ହେବା ସହ ଆଜି ଉଦଯାପିତ ହୋଇଯାଇଛି। ଆଜି ଫାଇନାଲ ମ୍ୟାଚ୍ ବଲାଙ୍ଗିର ସ୍ପୋର୍ଟସ ହଷ୍ଟେଲ ଓ ଜଗଦଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚର ଦ୍ବିତୀୟାର୍ଦ୍ଧ ୨ ମିନିଟ୍ ପୂର୍ବରୁ ବଲାଙ୍ଗିର ସ୍ପୋର୍ଟସ ହଷ୍ଟେଲ ଜଗଦଲପୁରର ରଙ୍ଗବାଜ୍ ଦଳକୁ ୧-୦ ଗୋଲରେ ପରାସ୍ତ କରି ଚଳିତ ବର୍ଷ ଚମ୍ପିୟାନ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଡିଏସଓ ରମେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାସ ବିଜେତା ଦଳକୁ ଚମ୍ପିୟାନ ଟ୍ରଫି ସହ ୫୧ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲା ବେଳେ ସମ୍ମାନିତ ଅତିଥି ଶ୍ରୀ ପାଢ଼ୀ ଉପ ବିଜେତା ଦଳକୁ ରନର୍ସ ଅଫ୍ ଟ୍ରଫି ସହ ୩୧ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଚଳିତ ମାସ ଫେବୃଆରୀ ୧ ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ଏହି ପ୍ରତିଯୋଗିତା ପରିଚାଳନାରେ ଆସୋସିଏସନ୍ ର ସଭାପତି ରାମ କୁମାର ଜୈନ, ଉପ ସଭାପତି ସରିତା ସିନ୍ଦୁର, ସମ୍ପାଦକ ପୂରନ୍ଦର ଭୋଇ, ଯୁଗ୍ମ ସମ୍ପାଦକ ଅଭିମନ୍ୟୁ ମହାନନ୍ଦ, କୋଷାଧ୍ୟକ୍ଷ ଧୀରଜ ଅଗ୍ରୱାଲ, ଉପଦେଷ୍ଟା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ସାମ୍ବାଦିକ ସୁଶାନ୍ତ ମହାପାତ୍ର, ରଘୁବୀର ସିଂ, ପ୍ରମୋଦ ଦାସ, ଅକ୍ଷୟ ବେହେରା, ଫୁଟବଲ୍ ସେକ୍ରେଟାରୀ ସରୋଜ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ।