ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର, ଏଠି ବାଂଲାଦେଶୀଙ୍କୁ ଶରଣ।

କେସିଙ୍ଗା-୧୯/୧୨ ଗତ କିଛିମାସ ତଳେ ବାଂଲାଦେଶରେ ହିନ୍ଦୁ ମାନଙ୍କ ଅତ୍ୟାଚାର ପ୍ରତିବାଦରେ ଭାରତରେ ସ୍ବର ଉତ୍ତୋଳନ ହୋଇଥିଲା। ସ୍ବର ଉତ୍ତୋଳନ ଶାଣିତ ହେବା ଦେଖି ଅନୁପ୍ରବେଶକାରୀ ବାଂଲାଦେଶୀ ମାନେ ଭୟରେ କିଛିଦିନ ତାଙ୍କ ବେପାର ବନ୍ଦ ନିଜ ଦେଶକୁ ପଳାଇ ଯାଇଥିଲେ। ଏବେ ପୁଣି ସେମାନେ ଭାରତ ଫେରି ଗାଁ ଗାଁ ରେ ବୁଲି ବେପାର ଆରମ୍ଭ କରି ଦେଇଛନ୍ତି। ସେପଟେ ବାଂଲାଦେଶରେ ପୁନଶ୍ଚ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିବା ସହ ତାଙ୍କ ଦେଶ ଛାଡି ପଳାୟନ ପାଇଁ ବାଧ୍ୟ କରୁଛନ୍ତି। ଏ ବିଷୟରେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଆମ ଦେଶର କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବେଆଇନ ଅନୁପ୍ରବେଶକାରୀ ବାଂଲାଦେଶୀ ମାନଙ୍କୁ ଶରଣ ଦେବା ପରିତାପର ବିଷୟ। ଏନେଇ କିଛିମାସ ତଳେ କେସିଙ୍ଗାର ବହୁ ବୁଦ୍ଧିଜୀବୀ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏକ ବୈଠକ କରି ବେଆଇନ ଅନୁପ୍ରବେଶକାରୀ ବାଂଲାଦେଶୀ ମାନଙ୍କୁ ଚିହ୍ନଟ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ଶୀତଳ ଭଣ୍ଡାରରେ ରହିଯାଇଥିବା ପରି ମନେ ହେଉଛି। ତେଣୁ ବର୍ତ୍ତମାନ ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଦମନ ଲୀଳାର ଦୃଢ ବିରୋଧ କରିବାର ଆବଶ୍ୟକତା ରହିଛି। ଅପରପକ୍ଷରେ ଆମ ଅଞ୍ଚଳର କେତକ ରାଜନେତା, ଜନ ପ୍ରତିନିଧି ଓ ସରକାରୀ ଅଧିକାରୀମାନେ ଏହି ବେଆଇନ ଅନୁପ୍ରବେଶକାରୀଙ୍କୁ ଆଧାର କାର୍ଡ, ଭୋଟର କାର୍ଡ, ସ୍ଥାୟୀ ଘର ପଟ୍ଟା ଆଦି ଦେବାରେ ସାହାଯ୍ୟ କରୁଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାର ଦିଲ୍ଲୀ ଭଳି ଏମାନଙ୍କୁ ଚିହ୍ନଟ କରି ଦେଶାନ୍ତର କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *