ବାଇକ୍ ଦୁର୍ଘଟଣା, ଗୁରୁତର ଯୁବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

କଲମପୁର , ୨୪/୧୨(ଗଣେଶରାମ ବାଗ) କଲମପୁର – ଜୁନାଗଡ଼ ମୁଖ୍ୟ ରାସ୍ତାର ଦେପୁର ଠାରେ ଆଜି ମଙ୍ଗଳବାର ଅପରାହ୍ନରେ ଦାସୀଗାଁର ସୁଶୀଲ ନାଗ କଲମପୁର ଆସୁଥିବା ସମୟରେ ଦୁର୍ଘଟଣା ହୋଇଥିଲା । ଖବର ପାଇ ଦେପୁର ଗ୍ରାମର କିଛି ଲୋକ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ
ଭର୍ତ୍ତି କରିବା ପରେ ଡଃ ସୋନାଲି ପଣ୍ଡା ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । କିନ୍ତୁ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ଚିକତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *