ବାଲସି ପଞ୍ଚାୟତର ନୂତନ ସରପଞ୍ଚ ଭାବେ ଦାୟିତ୍ଵ ନେଲେ ନାଏବ ସରପଞ୍ଚ

କେସିଙ୍ଗା -୨୦.୧୨ ( ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ପଞ୍ଚାୟତର ନୂତନ ସରପଞ୍ଚ ଭାବେ ନାଏବ ସରପଞ୍ଚ ଦାୟିତ୍ବ ଗ୍ରହଣ କରିଛନ୍ତି। ସୂଚନା ଅନୁସାରେ ପୂର୍ବତନ ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ଗତ ୨୮.୧୧.୨୦୨୪ ତାରିଖରେ ଗୁପ୍ତ ଭୋଟିଂ ହୋଇଥିଲା। ଏହି ଭୋଟିଂରେ ଦୁଇ ତୃତୀୟାଂଶରୁ ଅଧିକ ଓ୍ବାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ସରପଞ୍ଚ ଶ୍ରୀମତୀ ସୁନାକୁ ପରାସ୍ତ କରିଥିଲେ। ଏନେଇ ଶ୍ରୀମତୀ ସୁନା ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ସେଥିପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଭୋଟ ଫଳାଫଳ ଘୋଷଣା ସ୍ଥଗିତ ରଖିଥିଲେ । ଏହି ଆଦେଶନାମା ହଟିଲା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୫୨୯ ତା.୧୯.୧୨, ୨୦୨୪ ରିଖରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ଧାରା ୨୪(୧) ଅନୁସାରେ ସଂମ୍ପୃକୁ ଗୃହୀତ ଅନାସ୍ଥା ପ୍ରସ୍ତାବକୁ କାଏମ ରଖି ଗତକାଲି ବାଲସି ସରପଞ୍ଚ ଭାରତୀ ସୁନାଙ୍କୁ ପଦଚ୍ୟୁତ କରିଥିଲେ। ତେବେ କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଚିଠି ନଂ ୭୭୫୫ / ତା.୨୦.୧୨.୨୪ ରିଖ ଅନୁସାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବାଲସି ଗ୍ରାମ ପଞ୍ଚାୟତର ସମ୍ପ୍ରସାରଣ ଅଧିକାରୀ ନାଏବ ସରପଞ୍ଚ ନବ କିଶୋର ସାହୁଙ୍କୁ ଆଜି ଶୁକ୍ରବାର ସରପଞ୍ଚ ଭାବେ ଦାୟିତ୍ୱ ଦେଇଛନ୍ତି।

Leave a Reply

Your email address will not be published. Required fields are marked *