ବାଲୁଙ୍କେଶ୍ୱର ବାବା ଓ ମାତାପାର୍ବତୀଙ୍କ ବିବାହୋତ୍ସବ ଅନୁଷ୍ଠିତ

ଭବାନୀପାଟଣା- ସ୍ଥାନୀୟ ପୁରୁଣାପଡା ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ମନ୍ଦିର ଠାରେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ମହାଦେବ ଓ ମାତା ପାର୍ବତୀ ଙ୍କ ବିବାହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି.ବର ପକ୍ଷରୁ ଏକ ଶୋଭାଯାତ୍ରା ରେ ସହର ପରିକ୍ରମା କରି ମନ୍ଦିର ପ୍ରବେଶ କରିଥିଲେ. ଏହା ପରେ ପ୍ରଭୁ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ମହାଦେବ ଓ ମାତା ପାର୍ବତୀ ଙ୍କ ବିବାହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି.ବର ପକ୍ଷ ରୁ ଶ୍ରୀମତୀ ସୀମା ମିତ୍ତଲ ଓ ଶ୍ରୀ ପ୍ରଣବ କୁମାର ପ୍ରଧାନ ଏବଂ କନ୍ୟା ପକ୍ଷ ରୁ ଶ୍ରୀମତୀ ଜୟନ୍ତୀ ନାୟକ ଓ ଶ୍ରୀ ସିଦ୍ଧାର୍ଥ ନାୟକ କର୍ତ୍ତା କର୍ତ୍ତୀ ଭାବେ ଯୋଗଦେଇ ସମସ୍ତ କାର୍ଯ୍ୟ ସମାପନ କରାଯାଇଛି. ପୂଜକ ଉଦ୍ଧବ ମୁନୀ ,ଇନ୍ଦ୍ରମଣି ଡାକୁଆ,ମନମୋହନ ପ୍ରଧାନ, ରବିନ୍ଦ୍ର ପ୍ରଧାନ ,ବିକାଶ ପ୍ରଧାନ, ମାନସ ରଞ୍ଜନ ପ୍ରଧାନ, ସନ୍ତୋଷ ପ୍ରଧାନ, ରଜତ ପ୍ରଧାନ,କମ୍ଭୂ ପାଣି ପରିଛା,ଜୟରାମ ପ୍ରଧାନ, ପରକ୍ଷିତ ବିଶ୍ଵାଳ, ନିମାଞ୍ଚଳ ନାଏକ,ପ୍ରମୁଖ ସହଯୋଗ କରିଥିଲେ.

Leave a Reply

Your email address will not be published. Required fields are marked *