
ଭବାନୀପାଟଣା- ୨୨/୪ କଳାହାଣ୍ଡି ଜିଲ୍ଲା ମଦନପୁ୍ରାମପୁର ଥାନା ଅନ୍ତର୍ଗତ ସାଇଦଲଙ୍ଗା ଗ୍ରାମପଞ୍ଚାୟତର ଟୁର୍ଚି ( ଡଙ୍ଗର ପଡ଼ା ) ରେ ସକାଳ ପ୍ରାୟ ନଅଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତ ରେ ମା ପୁଅ ଙ୍କ ମୃତ୍ୟୁ ଘଟିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ଆଜି ସକାଳ ପ୍ରାୟ ନଅଟା ସମୟରେ ମଗସିର ସୁନାଙ୍କ ପତ୍ନୀ ସୁନାଫୁଲ ସୁନା (୬୨) ଏକ ତାରରେ ଓଦା କପଡ଼ା ଶୁଖେଇବାକୁ ଯାଇ ବିତ୍ୟୁତ୍ ସଂଯୋଗରେ ଆସିଥିଲେ। ମାଆଙ୍କ ଏଭଳି ଅବସ୍ଥାରେ ଦେଖି ଜୀବନ ବଞ୍ଚାଇବାକୁ ମା’ କୁ ଟାଣି ଆଣିବା ସମୟରେ ପୁଅ ରବି ସୁନା(୩୫) ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହେଇଥିଲେ । ଘଟଣା ସ୍ଥଳରେ ହିଁ ମା ପୁଅ ଙ୍କ ମୃତ୍ୟୁ ଘଟିଛି ।