କେସିଙ୍ଗା-୩୧/୧୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ଥିବା ବିଦ୍ୟୁତ ସବ୍ ଷ୍ଟେସନରୁ ଲାଇନ ବିଚ୍ଛିନ୍ନ ଯୋଗୁଁ ଗାଁ ଲୋକେ ୩ ଦିନ ହେଲା ପାନୀୟ ଜଳ ପାଇବାରୁ ବଞ୍ଚିତ ରହିଛନ୍ତି। ଗାଁ ଗାଁ ରେ ଲୋକମାନେ ସୁବିଧାରେ ପାନୀୟ ଜଳ ପାଇବା ପାଇଁ ସରକାର ବସୁଧା ଯୋଜନାରେ ମାଗଣା ଜଳ ଯୋଗାଇ ଦେଉଛନ୍ତି। ଏଥିପାଇଁ ବିଦ୍ୟୁତ ବିଲ୍ ପୈଠ ପାଇଁ ମଧ୍ୟ ପଞ୍ଚାୟତ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। କିନ୍ତୁ କେତେକ ପଞ୍ଚାୟତର ସରପଞ୍ଚ ମାନଙ୍କ ଆର୍ଥିକ ପରିଚାଳନାରେ ଅନିୟମିତତା ଯୋଗୁଁ ଗାଁ ଲୋକେ ପାନୀୟ ଜଳ ଭଳି ଅତ୍ୟାବଶ୍ୟକ ସେବାରୁ ବଞ୍ଚିତ ହୋଇ ହଇରାଣ ହରକତ ହେଉଛନ୍ତି। ଯେପରିକି ଲଇତରା ପଞ୍ଚାୟତର ଲଇତରା ଗ୍ରାମକୁ ଆଜକୁ ୩ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଏହାର ଅନୁସନ୍ଧାନ କରିବାରୁ ଜଣାପଡିଛି ଯେ ଲଇତରା ଗ୍ରାମ ପାଇଁ ଜଳ ଯୋଗାଣ ନିମନ୍ତେ ବ୍ୟବହାର ହେଉଥିବା ବିଦ୍ୟୁତ ବିଲ୍ ପ୍ରାୟ ୭୨ ଲକ୍ଷ ଟଙ୍କା ବକେୟା ଥିବାରୁ ବିଭାଗୀୟ ଅଧିକାରୀମାନେ ଲାଇନ ବିଚ୍ଛିନ୍ନ କରିଦେଇଛନ୍ତି। ଏହା ହେବା ମଧ୍ୟ ସ୍ବାଭାବିକ। କିନ୍ତୁ ପଞ୍ଚାୟତର ସରପଞ୍ଚଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।