କଲମପୁର -୨୯/୧୨ କଳାହାଣ୍ଡି ଜିଲ୍ଲା କରମପୁର ଥାନା ଅନ୍ତର୍ଗତ ପଣ୍ଡିଗାଁ ଫିଗର୍ ରେ ଜଣେ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ ପଣ୍ଡିଗାଁ ଷ୍ଟ୍ରକଚର ରେ ତ୍ରୁଟି ଥିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ତେଣୁ ଦେବାଶିଷ କେତକୀ ନାମକ ଜଣେ ଶ୍ରମିକ ଏହାକୁ ସଜାଡିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ପଡି ଯାଇଥିଲେ। ଏହାପରେ ସେଠାରେ ଥିବା କର୍ମଚାରୀ ମାନେ ତାକୁ ଉଦ୍ଧାର କରି କଲମପୁର ସିଏଚସିକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଂ ଆସିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ଜଣାଯାଇଛି।