
କେସିଙ୍ଗା- ୧୫/୩ ଆଜି ସ୍ଥାନୀୟ ନାଗରିକ ମଞ୍ଚ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନୂଆଦିଲ୍ଲୀ ଗସ୍ତ କରିଥିବା ଜଣାଯାଇଛି। ମଞ୍ଚର ସଦସ୍ୟ ମାନେ ଦିଲ୍ଲୀରେ ରେଳମନ୍ତ୍ରୀ, ପରିବହନ ମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ସାମାଜିକ ନ୍ୟାୟ ଏବଂ ସଶସ୍ତିକରଣ ମନ୍ତ୍ରୀମାନଙ୍କୁ ସାକ୍ଷାତ କରି ଏବଂ ବିଭିନ୍ନ ଜରୁରୀ ସମସ୍ୟା, ଅସୁବିଧା ଗୁଡିକର ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ଦାବୀ ଉପରେ ସବିଶେଷ ଆଲୋଚନା କରାଯିବ l ଏ ସମସ୍ତ ସମ୍ବନ୍ଧୀୟ ପୂର୍ବରୁ ଦାବୀ ପ୍ରସ୍ତାବମାନ ବିଭାଗୀୟ ମନ୍ତ୍ରାଳୟ ଓ ଅଧିକାରୀଙ୍କୁ ଦିଆଯାଇଛି। ସୂଚନାଯୋଗ୍ୟ, ଗତମାସ ସଂଗଠନର ଏକ ୧୧ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱର ଗସ୍ତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏବଂ ଇଷ୍ଟକୋଷ୍ଟ ରେଲୱେ ଜୋନ୍ ମହାପ୍ରବନ୍ଧକଙ୍କୁ ଭେଟି ୯ ଦଫା ଦାବିପତ୍ର ପ୍ରଦାନ କରି ସମସ୍ୟା ଏବଂ ତା’ର ସମାଧାନ କିପରି ହୋଇପାରିବ ସେନେଇ ଆଲୋଚନା ହୋଇଥିଲା l