ବିଳମ୍ବରେ ଆସୁଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ କି ପଦକ୍ଷେପ ନେବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ?

କେସିଙ୍ଗା-୧୦/୪ ରାଜ୍ୟ ସରକାର ଏବେ ସକାଳୁଆ ସ୍କୁଲ ଖୋଲିବା ପାଇଁ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ସମୟ ମଧ୍ୟ ନିର୍ଘଣ୍ଟ କରିଛନ୍ତି। ସକାଳ ୬. ୩୦ରେ ଖୋଲିବ ଏବଂ ୧୦. ୩୦ରେ ସ୍କୁଲ ବନ୍ଦ ରହିବ ବୋଲି ସର୍କୁଲାର ଜାରି କରିଛନ୍ତି। କିନ୍ତୁ କେତେକ ଶିକ୍ଷକ ଓ ଶିକ୍ଷୟତ୍ରୀ କେଉଁଦିନ ୭. ୩୦ ରେ ତ କେଉଁଦିନ ୮ଟାରେ ନିଜ ମର୍ଜିରେ ସ୍କୁଲକୁ ଆସୁଛନ୍ତି। ଅତି ନିକଟରେ ୫ନଂ ଓ୍ବାର୍ଡରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ୧ଘଣ୍ଟା ବିଳମ୍ବରେ ଆସିଥିଲେ। ଯାହାଫଳରେ ସ୍କୁଲର ମୁଖ୍ୟଗେଟ୍ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ବାହାରେ ଛିଡାହୋଇ ଅପେକ୍ଷା କରିଥିଲେ। ଏପରିକି ସେଦିନ ସ୍କୁଲରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ଥିଲା। ଏ ବିଷୟରେ ଖବର ପ୍ରସାରଣ ପରେ ବିଇଓ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ଉକ୍ତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଦରମା ବନ୍ଦ କରାଯିବ ବୋଲି କହିଥିଲେ। ତେବେ ବିଳମ୍ବରେ ଆସୁଥିବା ସ୍କୁଲ ଏବଂ ମାସଏଜୁକେସନ୍ ବିଭାଗ କର୍ମଚାରୀଙ୍କ ପ୍ରତି କି ବିଭାଗୀୟ ମନ୍ତ୍ରୀ କି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *