ବୋରଭଟା ଗ୍ରାମରେ ଲକ୍ଷ୍ମୀପୂଜା ଉଦଯାପିତ

ଭବାନୀପାଟଣା- ୧୩/୧୨ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବୋରଭଟା ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ଠାରେ ପୂଜା କମିଟି ପକ୍ଷରୁ ୨୭ ତମ ଲକ୍ଷ୍ମୀପୂଜା ଉଦଯାପିତ ହୋଇଯାଇଛି | ଏହି ଅବସରରେ ପାଞ୍ଚ ଦିନ ଧରି କଂସ ଦରବାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |ସେହିପରି କମିଟି ସଭାପତି ତଥା ବୋରଭଟା ସରପଞ୍ଚ ବିବେକ ରଞ୍ଜନ ନାଗଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗତ ଶୁକ୍ରବାର ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଦୁଇ ନୁମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ନାଏକ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଭାବେ ବୋର୍ଡା ସରପଞ୍ଚ ରୀନାରାଣୀ ଜାଲ , କର୍ଲାପଡା ସରପଞ୍ଚ ସୁଷମା ସେନାପତି , ସାମ୍ବାଦିକ ରୋଶନ ଛତର, ନିରଞ୍ଜନ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ତଥା ବୋରଭଟା ସରପଞ୍ଚ ଶ୍ରୀ ନାଗ ଏବଂ କମିଟି କର୍ତ୍ତୃପକ୍ଷ ବିଶେଷ ଭାବେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *