ବ୍ଲକସ୍ତରୀୟ ଜନସମ୍ପର୍କ ପଦଯାତ୍ରା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

କଲମପୁର- ୭/୧୧ (ଗଣେଶରାମ ବାଗ) ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର କଲମପୁର ବିଜୁ କମ୍ୟୁନିଟ୍ ହଲ୍ ଠାରେ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ପାଇଁ କଲମପୁର ବ୍ଲକସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଲମପୁର ବ୍ଲକ ବିଜେଡି ସଭାପତି ଅଭିମନ୍ୟୁ ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦେଇ ଥିଲେ। ଆସନ୍ତା ୯ ତାରିଖ ଶନିବାର ଦିନ କୋକସରା ବ୍ଲକ ଡାଲଗୁମା ଠାରୁ ଧର୍ମଗଡ଼ ବ୍ଳକ ବେହେରା ପର୍ଯ୍ୟନ୍ତ ଏକ ପଦଯାତ୍ରା ପାଇଁ ସ୍ଥିର କରାଯାଇଛି। ତେଣୁ କଲମପୁର ବ୍ଲକ ଉକ୍ତ ପଦଯାତ୍ରା ରେ ସାମିଲ ହେବେ କି କଲମପୁର ବ୍ଲକରେ ପଦଯାତ୍ରା କରିବେ ସେ ଉପରେ ଶ୍ରୀ ସିଂ ଦେଓ ମତାମତ ଲୋଡିଥିଲେ। ବୈଠକରେ ଉପସ୍ଥିତ ସମସ୍ତଙ୍କ ମତାମତ ପରେ ଏହି ଜନସଂପର୍କ ପଦଯାତ୍ରାରେ କଲମପୁର ବ୍ଲକ ମଧ୍ୟ ସାମିଲ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଜନସଂପର୍କ ପଦଯାତ୍ରାରେ ଲୋକଙ୍କୁ ରାଜ୍ୟ ବିଜେପି ସରକାରଙ୍କ ବିଫଳତା ବିଷୟରେ ଅବଗତ କରାଇବା ପାଇଁ କର୍ମୀମାନଙ୍କୁ ଶ୍ରୀ ସିଂ ଦେଓ ଆହ୍ବାନ ଦେଇଥିଲେ। ଉକ୍ତ ବୈଠକରେ ଜୋନ୍ ୧ ର ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ବ୍ଲକ ବିଜେଡି ମହିଳା ସଭାନେତ୍ରୀ ମଧୁଛନ୍ଦା ଭଞ୍ଜ, ନବୀନ କୁମାର ପଣ୍ଡା, ସଦାନନ୍ଦ ଚନ୍ଦନ, ଚନ୍ଦ୍ରମଣି ନିଆଲ, ଘନଶ୍ୟାମ ନାଏକ, ପ୍ରଶାନ୍ତ କଙ୍କରିଆ, ମିଲିନ୍ ପାତ୍ର, ମନୋରଞ୍ଜନ ମୁଣ୍ଡଙ୍କ ସମେତ ୧୧ଟି ପଞ୍ଚାୟତର ସଭାପତିଙ୍କ ସହ ବହୁ ବିଜେଡ଼ି କର୍ମକର୍ତ୍ତା ଉପସ୍ଥିତ ହୋଇଥିଲେ।

Leave a Reply

Your email address will not be published. Required fields are marked *