କେସିଙ୍ଗା,୨୬।୭ କଳାହାଣ୍ଡି ଗସ୍ତରେ ଆସିଥିବା କେନ୍ଦ୍ରୀୟ ଗ୍ରାମାଞ୍ଚଳ ଉନ୍ନୟନ ବିଭାଗର ଦୁଇ ଜଣ ଜାତୀୟସ୍ତରୀୟ ପର୍ଯ୍ୟବେକ୍ଷକ ଆଜି କେସିଙ୍ଗା ବ୍ଲକକୁ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିବା ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ୨୬ ଟି ପଞ୍ଚାୟତକୁ ନେଇ କେସିଙ୍ଗା ବ୍ଲକ ଗଠନ ହୋଇଥିଲା ବେଳେ ବ୍ଲକ ପ୍ରଶାସନ ବର୍ଷା ବାହାନାରେ ଅନ୍ୟ ପଞ୍ଚାୟତକୁ ପରିଦର୍ଶନରେ ନନେଇ ଯେଉଁ ଗୋଟିିଏ ପଞ୍ଚାୟତରେ ଆଖିଦୣଶିଆ କାମ ହୋଇଛି ସେ ପଞ୍ଚାୟତକୁ ନେଇ ବିଭିନ୍ନ କାମ ଦେଖାଇ ପ୍ରଶଂସା ସାଉଁଟିଛନ୍ତି। କିନ୍ତୁ ୨୦୨୪-୨୫ ଆର୍ଥିକ ବର୍ଷରେ ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ କିଛି ମନରେଗା ପ୍ରକଳ୍ପର କାମ କରିଥିଲା ବେଳେ ମଷ୍ଟରରୋଲ ତିଆରି କରିନଥିଲେ। ତେଣୁ ପୂର୍ବତନ ବିଡିଓ ଉକ୍ତ କାମର ବିଲ୍ ବନ୍ଦ କରି ଦେଇଥିବା ଦୣଷ୍ଟାନ୍ତ ରହିଛି। ଯାହାଫଳରେ ସରପଞ୍ଚ ଓ ବିଡିଓଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେବା ସହ ଏହାକୁ ନେଇ ମଧ୍ୟ ହରତାଳ ହୋଇଥିବା ଶୁଣିବାକୁ ମିଳେ। ଏଣୁ ଏହି ମନରେଗା କାର୍ଯ୍ୟ ତଦନ୍ତ ସାପେକ୍ଷ।