ଭବାନୀପାଟଣାରେ ହିଟ୍ ଆଣ୍ଡ ରନ୍ ନେଇ ସନ୍ଦେହ ଘନୀଭୂତ

ଭବାନୀପାଟଣା-୨୦/୧୨ ଆଜି ଏକ ପିକଅପ୍ ଭ୍ୟାନ୍ ସକାଳ ୬.୩୮ ରେ ଦ୍ରୁତ ଗତିରେ ଭବାନୀପାଟଣା ରୁ କେସିଙ୍ଗା ଆସିବା ସମୟରେ ରିଷି ଗାଁ ସ୍ଥିତ ରିଲାଏନ୍ସ ପମ୍ପ ନିକଟରେ ପ୍ରାତଃ ଭ୍ରମଣରେ ଯାଇଥିବା ୩ ଜଣଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ୩ ଜଣଙ୍କ ମଧ୍ୟରୁ ଅବସରପ୍ରାପ୍ତ ଶିକ୍ଷକ ରହେମତୁଲ୍ଲାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ହିଟ୍ ଆଣ୍ଡ ରନ୍ ନାଁ ଜାଣିଶୁଣି ଆକ୍ସିଡେଣ୍ଟ କରାଯାଇଛି ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଦୁର୍ଘଟଣା ଘଟାଇଥିବା ଗାଡି ନଂ ଡବ୍ଲୁଏଲ୍ ୧୯ ଏଲ୍ ୩୯୬୪ ହୋଇଥିଲା ବେଳେ ଭବାନୀପାଟଣା ସଦର ଥାନା ନିକଟରେ ଗାଡି ରଖିଦେଇ ଚାଳକ ଫେରାର ହୋଇଯାଇଛି । ଏହି ଗାଡ଼ିଟି ପଶ୍ଚିମବଙ୍ଗ ଆଲିପୁରର ହୋଇଥିଲା ବେଳେ ଗାଡିର ମାଲିକର ନାମ ସବନମ୍ ବେଗମ୍ ବୋଲି ଜଣାପଡିଛି। ତେବେ ସଦର ଥାନା ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବୋଲି ଆଇଆଇସି ନରେଶ ପ୍ରଧାନଙ୍କ ଠାରୁ ପ୍ରକାଶ।

Leave a Reply

Your email address will not be published. Required fields are marked *