
ଭବାନୀପାଟଣା- ୬/୧୨ ଆଜି ଭବାନୀପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସିଡିଓ ଦୟାମୟ ପାଢ଼ୀ, ଏପିଡି ଦିଲ୍ଲୀପ ମହାରଣା, ସିଡିପିଓ ନିୟତୀବାଳା ସୋରେନ, ବିଏସଏସଓ ପ୍ରସ୍ମିତା ରାୟ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଶିବିରରେ ୩୮୮ ଜଣ ଭିନ୍ନକ୍ଷମମାନେ ନାମ ପଞ୍ଜିକୃତ କରିଥିବା ବେଳେ ୪ ଜଣଙ୍କୁ ଟ୍ରାଇ ସାଇକେଲ ଓ ୫ ଜଣଙ୍କୁ ହ୍ବୁଲି ଚେୟାର ବଣ୍ଟନ କରାଯାଇଥିଲା। ତେବେ ଏହି ଶିବିରରେ ଡ଼ା. ସୁନିଲ ପାଢ଼ୀ, ଅର୍ଥୋପେଡିକ୍ ବିଶେଷଜ୍ଞ, ଡ଼ା. ନିବେଦିତା ସାହୁ, ଶ୍ରବଣ ବିଶେଷଜ୍ଞ, ଡ଼ା. ଅନନ୍ତ ଚରଣ ମେହେର, ଏମ୍ ଆର୍, ଡ଼ା. ପ୍ରଦ୍ୟୁମ୍ନ ପଣ୍ଡା, ଇଏନଟି ବିଶେଷଜ୍ଞ ପ୍ରମୁଖ ଯୋଗ ଦେଇ ପଞ୍ଜିକୃତ ଭିନ୍ନକ୍ଷମ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।