
ଭବାନୀପାଟଣା/ ସ୍ଥାନୀୟ ଶିକ୍ଷକ ଭବନ ଠାରେ ସଦର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସାମ୍ବିଧାନିକ ସମ୍ମିଳନୀ ସଭା ଏବଂ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଟିତ ହୋଇଯାଇଛି. ବ୍ଲକ ସଭାପତି ମଧୁସୂଦନ ପ୍ରଧାନ ଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ରାଜ୍ୟ ସଭାପତି ଧୀରେନ୍ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକ ମାନେ ସଂଘଠିତ ହୋଇ ନିଜର ଦାବି ହାସଲ କରିବାକୁ ପଡିବ . ଏବଂ ଦୁର୍ନୀତି କୁ ବରଦାସ୍ତ କରାଯିବ ନାହିଁ. ରାଜ୍ୟ ସରକାରଙ୍କ ୟୁ ଏ ଏସ୍ ପେନସନ୍ ଯୋଜନା କୁ ଘୋର ବିରୋଧ କରିଥିଲେ. ଏହି ଯୋଜନା ବନ୍ଦ କରି ଓ ପି ଏ ସ ଲାଗୁ କରିବାକୁ ଗୁରୁତ୍ୱ ଦେଇଥିଲେ. ଓ ପି ଏସ ଲାଗୁ କରା ନ ଗଲେ ରାଜ ରାସ୍ତା କୁ ଓହ୍ଲାଇବା କୁ ପଡିବ ବୋଲି ଚେତାବନୀ ଦେଇ ଥିଲେ. ସଭାପତି ବିରେନ ବାଗ, ସଂଗଠନ ସମ୍ପାଦକ ପଦ୍ମଲୋଚନ ନାୟକ, ଜିଲା କୋଷାଧ୍ୟକ୍ଷ ଶୀବ ପ୍ରସାଦ ଦାଶ, କୋର୍ କମିଟି ସଦସ୍ୟ ଯୋଗେଶ୍ଵର ମିଶ୍ର, ଶ୍ରୀନିବାସ ଆଚାର୍ଯ୍ଯ ତପନ ବେହେରା, ଅମରେନ୍ଦ୍ର ପଟ୍ଟନାୟକ, ଥୁଆମୂଳ ରାମପୁର ବ୍ଲକ ସଭାପତି ଅଜିତ ନାୟକ, ନର୍ଲା ବ୍ଲକ ସମ୍ପାଦକ ଅମିତ୍ ଶର୍ମା ଜୁନାଗଡ ବ୍ଲକ ସମ୍ପାଦକ ଲଲିତ ନେଗୀ, ଜୟପାଟଣା ବ୍ଲକ ସଭାପତି ପ୍ରମୋଦ ଠାକୁର, ସମ୍ପାଦକ ଲଲିତ ନାୟକ, ଜିଲା ସାଧାରଣ ସମ୍ପାଦକ ଉପେନ୍ଦ୍ର ପ୍ରଧାନ ଜୁନାଗଡ ବ୍ଲକ ସଭାପତି ଶାନ୍ତନୁ ମାଝୀ, କୋକସରା ବ୍ଲକ ସଭାପତି ଭେରୀ ଜାଲ, କୋକସରା ବ୍ଲକ ଉପ ସଭାପତି ବୀର ନାଗ, ସୁବାଷ ବିଶ୍ଵାଳ, ରାମେଶ୍ଵର ନାୟକ, ଅବସରପ୍ରାପ୍ତ ଶିକ୍ଷକ କଳ୍ପେଶ୍ଵର ପୁରୋହିତ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ. ତ୍ରିନାଥ ଶ୍ୟାମ କୁମାର ମଂଚ ପରିଚାଳନା କରିଥିଲେ. ଏହା ପରେ ସଦର ବ୍ଲକ ଶିକ୍ଷକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା. ସଭାପତି ଭାବେ ମଧୁସୂଦନ ପ୍ରଧାନ ପୁନର୍ବାର ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ. ସମ୍ପାଦକ ପ୍ରଦ୍ୟୁମ୍ନ ହୋତା ,ସଂଯୋଜକ ଦୁଷ୍ମନ୍ତ ସାହୁ, ଉପ ସଭାପତି ଭାବେ ବେଣୁ ବିଶ୍ଵାଳ, ମୃତ୍ୟୁଞ୍ଜୟ ପ୍ରଧାନ, ସୁପ୍ରଭା ପଟ୍ଟନାୟକ, ବସୁମତୀ ସାହୁ, ଯୁଗ୍ମ ସମ୍ପାଦକ ପିତାମ୍ବର ସାହୁ ମନୋଜ ପାତ୍ର,ଶଙ୍କର ବିଶି, ପୂର୍ଣିମା ଭୋଇ ,ସାଧୁରାମ ମାଝୀ ,ବିଶ୍ଵନାଥ ପଣ୍ଡା, କୋଷାଧ୍ୟକ୍ଷ ଭାବେ କୁଞ୍ଜ ବିହାରୀ ମିଶ୍ର ନିର୍ବାଚିତ ହୋଇଛନ୍ତି.ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ.