ଭୀମକେଲା ରାମେଶ୍ବର ମନ୍ଦିରରେ ମକର ମେଳା

ନର୍ଲା- ୧୬/୧ (ପ୍ରଦୀପ କୁମାର ଗଉଡ):ଭଗବାନ ବିଷ୍ଣୁ ଓ ରାମେଶ୍ବର ମହାଦେବଙ୍କ ମିଳନ ପୂର୍ବକୁ ନେଇ ଭୀମକେଲା ଗ୍ରାମ ଠାରେ ଆରମ୍ଭ ହୋଇଛି ମକର ସଂକ୍ରାନ୍ତିର ମହାନ ଉତ୍ସବ ମକର ମେଳା ବା ହରିହର ମିଳନ ଉତ୍ସବ। ସାନ୍ଦୁଲ ନଦୀ ତଟରେ ଅବସ୍ଥିତ ଶ୍ରୀ ରାମେଶ୍ବର ମହାଦେବ ମନ୍ଦିର ପରିସରରେ ୩ ଦିନ ଧରି ମକର ସଂକ୍ରାନ୍ତି ପର୍ବ ସହ ଅଖଣ୍ଡ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଛି। ପ୍ରଥମ ଦିନ ପୈ।ସ ପୂର୍ଣ୍ଣିମାରେ ଗାଁର‌ ମହିଳା ଓ ଝିଅ ମାନଂକ ଦ୍ଵାରା କଳସ ଯାତ୍ରା ବାହାରି ଥିବା ବେଳେ ସଂକ୍ରାନ୍ତି ଦିନ ରାମେଶ୍ବର ମହାଦେବ ମନ୍ଦିର ଓ ବିଷ୍ଣ ମନ୍ଦିରରେ ପୂଜାନୀତି ପରିଚାଳନା କରାଯାଇ ହରିହର ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଷ୍ଣୁଙ୍କ କର୍ତ୍ତା ରୂପେ କୁବେର ରଣା ତାଙ୍କ ଧର୍ମପତ୍ନୀ,ଶିବଙ୍କ କର୍ତ୍ତା ରୂପେ ଲକ୍ଷେଶ୍ଵର ରଣା ତାଙ୍କ ପତ୍ନୀ , ଚଣ୍ଡୀଙ୍କ କର୍ତ୍ତା ରୂପେ ଗୁପ୍ତେଶ୍ୱର ମାଝୀ ଓ ଧର୍ମପତ୍ନୀ ଦାୟିତ୍ଵ ନିର୍ବାହ କରିଥିଲେ। ଦେବ ଦେବ ମହାଦେବ ଓ ରକ୍ଷାକର୍ତ୍ତା ବିଷ୍ଣୁଙ୍କର ପ୍ରତିମାକୁ ପାଲିଙ୍କିରେ ଗ୍ରାମ ପରିକ୍ରମା କରାଯାଇ ମକର ଚାଉଳ ଓ ଭୋଗ ବଣ୍ଟନ କରାଯାଇଥିଲା। ମକର ସଂକ୍ରାନ୍ତି ପରଦିନ ସକାଳୁ ହରିନାମ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଷୋହଳ ପ୍ରହର ନାମ ଯଜ୍ଞର ଶୁଭାରମ୍ଭ ହୋଇଥିଲା।ନାମଯଜ୍ଞ ସ୍ଥଳୀରେ ପ୍ରହର କର୍ତ୍ତା ରୂପେ ସୀମାଞ୍ଚଳ ସାହୁ ଓ ତାଙ୍କ ଧର୍ମପତ୍ନୀ ଉପସ୍ଥିତ ରହି କାର୍ଯ୍ଯ ନିର୍ବାହ କରିଥିଲେ। ନାମ ଯଜ୍ଞରେଭୀମଡଙ୍ଗା,କାଣ୍ଡେଲ,ପଲସାପଡା,ରାକ୍ସି,ଭୀମକେଲା,ଖଜୁରିପଡା(ଝିଅ ଦଳ) ରାସ୍ତାମାଳ (ଝିଅ ଦଳ) ଓ ସକ୍ରିଗୁଡା ଝିଅ ଦଳ ମାନେ ଅଂଶ ଗ୍ରହଣ କରିଥିଲେ। ମକର ସଂକ୍ରାନ୍ତି ପୂଜା କମିଟିର ମୂଖ୍ୟ ଗଣ୍ଡାଲାଲ ଜାଲ,ବିଜୟ ବୈଠାରୁ, ଅକ୍ଷୟ ମାଝୀ,ଉଦେନାଥ ଭୋଇଙ୍କ ସମେତ ଭୀମକେଲା ଗ୍ରାମର ବୁଦ୍ଧିଜୀବୀ ଓ ଗ୍ରାମବାସୀମାନେ ପୂର୍ଣ୍ଣ ସହଯୋଗ କରି ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲେ।

Leave a Reply

Your email address will not be published. Required fields are marked *