ଭୀମକେଲା ସରକାରୀ ୟୁପି ସ୍କୁଲର ବାର୍ଷିକ ଉତ୍ସବ

ନର୍ଲା- ୧୪/୨ (ପ୍ରଦୀପ କୁମାର ଗଉଡ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଭୀମକେଲା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୀମକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଜାନକୀ ଗଉଡ, ସମିତି ସଭ୍ୟା ସୁମିତ୍ରା ମାଝୀ,ଏବିଇଓ ତଥା ନର୍ଲା ବିଆରସିସି ଗୋବର୍ଦ୍ଧନ ମାଝୀ, ନର୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅମିତ ଶର୍ମା , ଭୀମକେଲା କ୍ଲଷ୍ଟରର ସିଆରସିସି ବିଜୟ ସୁନା,ବରିଷ୍ଠ ଆଇନଜୀବୀ କୁବେର ଚନ୍ଦ୍ର ସାହୁ, ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ଭୀମକେଲାର ବରିଷ୍ଠ ଶିକ୍ଷକ ବିନୟ କିଶୋର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ରୂପେ କଳାହାଣ୍ଡି ଡିଆଇଇଟିର ଇଶ୍ୱର ଚନ୍ଦ୍ର ବେହେରା ଯୋଗଦାନ କରି କଳାହାଣ୍ଡି କଳାର ଖୁବ ପ୍ରଶଂସା କରି ଛାତ୍ରଛାତ୍ରୀଙ୍କୁ ଉତ୍ତମ ନାଗରିକ ଗଠନ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାସ ମାଝୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଦେବଦତ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷାବିତ୍ ଶରତ ଭୋଇ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୀମକେଲା କ୍ଲଷ୍ଟର ପ୍ରଧାନ ଶିକ୍ଷକ ସମୂହ ବଂଶୀଧର ନାଏକ, ଡମ୍ବରୁଧର ମାଝୀ, ସୁରେଶ ଶର୍ମା ,ଡୋଲାମଣି ସାହୁ ,ଶରତ ଭୋଇ, କେଶରୀ ସାହୁ, ଜନ୍ମେଜୟ ମାଝୀ,ପୁଷ୍ପାବତୀ ମାଝୀ, କୁମୁଦ ନାଏକ ପ୍ରମୁଖ ସହ ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ସାହୁ, ଉଗ୍ରସେନ ସାହୁ, ସମାଜସେବୀ ଜୟନ୍ତ ଗଉଡ, ଅଙ୍ଗନବାଡ଼ି କର୍ମୀ କଳ୍ପି ବୈଠାରୁ ଯୋଗଦାନ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ଵରିଷ୍ଠ ଶିକ୍ଷକ ଦେବଦତ୍ତ ମିଶ୍ର, ଭରତ ଚନ୍ଦ୍ର ଭୋଇ,ସାଧୁରାମ କରୁଆଁ, ଶିକ୍ଷୟିତ୍ରୀ ଆଲ୍ଲାଦିନୀ ପଟେଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗ୍ରାମର ବିଶିଷ୍ଟ ବ୍ୟକ୍ତି, ପୁରାତନ ପରିଚାଳନା କମିଟୀ ସଭ୍ୟସଭ୍ୟା, ପ୍ରଧାନ ଶିକ୍ଷକ ସମୂହ, ଅବସରପ୍ରାପ୍ତ ଶିକ୍ଷକ,ସ୍ଥାନୀୟ ସାମ୍ବାଦିକ ପ୍ରଦୀପ କୁମାର ଗଉଡଙ୍କୁ ମଧ୍ୟ ମଞ୍ଚରେ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ବିଭିନ୍ନ ଖେଳକୁଦରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିକ୍ଷକ ଦେବଦତ୍ତ ମିଶ୍ର, ଶିକ୍ଷକ ନୃସିଂହ ଚରଣ ଦଳାଇଙ୍କ ପରିଚାଳନାରେ କୁନିକୁନି ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟମାନ ପରିବେଷଣ କରିଥିଲେ। ଯାହା ଦର୍ଶକମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା।

Leave a Reply

Your email address will not be published. Required fields are marked *