ମହାଭାରତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିଜମରା ଠାରେ +୨ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

କଲମପୁର- ୧୫/୧(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମହାଭାରତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜମରା ଠାରେ ଜାନୁୟାରୀ ୬ ତାରିଖ ଠାରୁ +୨ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ତାଲିମ ଶିବିର ଆଜି ବୁଧବାର ଦିନ ଉଦଯାପିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜମରା ଅଧ୍ୟକ୍ଷ ମନୋଜ କୁମାର ମିଶ୍ରଙ୍କ କରକମଳରେ ଉଦଯାପିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜମରା ହାଇସ୍କୁଲ ପ୍ରଧାନ ଶିକ୍ଷକ ଖଗେଶ୍ବର ମାଝୀ, ମୁଖ୍ୟବକ୍ତା ଭାବରେ ବଡକୁଟ୍ରୁ ଫାଣ୍ଡି ଅଧିକାରୀ ଶିବଶଙ୍କର ମହାନ୍ତି , ପ୍ରୋଗ୍ରାମ ଅଫିସର ଯୁଗଳ ମୋହନ ଠାକୁର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମର ମାଷ୍ଟର ଟ୍ରେନର ଲିପିକା ପଟେଲ ୭୯ ଜଣ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ଶିବିର ପରିଚାଳନାରେ କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହିତ ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *