ମା ଗଜଲକ୍ଷ୍ମୀ ପୂଜା କମିଟୀ, ଜଗନ୍ନାଥ ପଡା, କେସିଙ୍ଗା ପକ୍ଷରୁ ଗଜଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ପାଳିତ

କେସିଙ୍ଗା- ୨୫/୧୦ ଆଜି ଶୁକ୍ରବାର ଜଗନ୍ନାଥ ପଡା ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା କମିଟୀ ତରଫରୁ ମା ଗଜଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଠାରେ ସୂଚନାଯୋଗ୍ୟ ଜଗନ୍ନାଥ ପଡା ଗଜଲକ୍ଷ୍ମୀ ପୂଜା କମିଟୀ ତରଫରୁ ୪୪ତମ ଶ୍ରୀ ଶ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା ଗତ ୧୬ ତାରିଖରୁ ଆରମ୍ଭ ହୋଇ ଆଜି ୨୫ ତାରିଖରେ ବିସର୍ଜନ ହୋଇଛି । ୧୦ ଦିନ ବ୍ୟାପୀ ଏହି ପୂଜାରେ ନଳୀନ ପଟ୍ଟନାୟକ ଓ ତାଙ୍କ ସହଧର୍ମିଣୀ କର୍ତ୍ତା ଭାବରେ ଥୂବାବେଳେ ବ୍ରହ୍ମପୁର ଜିଲ୍ଲା ଗୋଷାଣୀ ନୂଆଗାଁର ପୂଜକମାନେ ମା ଗଜଲକ୍ଷ୍ମୀଙ୍କ ପୂଜାକାର୍ଯ୍ୟ ତୁଲାଇଥିଲେ। ୧୦ ଦିନ ବ୍ୟାପୀ ଏହି ପୂଜା ଉପଲକ୍ଷେ କମିଟୀ ତରଫରୁ ମୀନା ବଜାର ସହ ବିଭିନ୍ନ ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମାନ ପରିବେଷଣ କରାଯାଇଥିଲା। ଏଥିପାଇଁ ସନ୍ଧ୍ୟା ଠାରୁ ରାତ୍ର ପ୍ରାୟ ୧୦ ଟା ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଥିଲା। ଆଜି ଭସାଣୀ ଉତ୍ସବ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ନିକଟରୁ ଘଣ୍ଟ, ବାଦ୍ୟଯନ୍ତ୍ର ଓ ମୟୁର ନାଚର ତାଳେ ତାଳେ କେସିଙ୍ଗା ସହର ପରିକ୍ରମା କରି ଶେଷରେ ତେଲନଦୀରେ ବିସର୍ଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *