
ଭବାନୀପାଟଣା- ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୟ ଶତପଥୀଙ୍କ ବିୟୋଗରେ ସମଗ୍ର ଶୋକରେ ଛାୟା ଖେଳିଯାଇଛି। ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ କଳାହାଣ୍ଡି ଯୂବ ରେଡକ୍ରସ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସ୍ମୃତିସଭା ଗତକାଲି ଆୟୋଜନ କରାଯାଇଥିଲା। ଏହି ସଭାରେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ଼. ନିବେଦିତା ରଥ, ପୂର୍ବତନ ଭାରତୀୟ ରେଡ଼କ୍ରସ୍ ସୋସାଇଟି ଓଡ଼ିଶା ଶଖାର ଅବୈତନିକ ସଚିବ ମେଜର ଡ଼. କଳ୍ପନା ଦାଶ, ରାଜ୍ୟ ଯୁବ ରେଡକ୍ରସ୍ ସଂଯୋଜକ ଗୋପାଳକୃଷ୍ଣ ମିଶ୍ର, ରାଜ୍ୟ ଯୁବ ରେଡକ୍ରସ୍ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ସମେତ ଅନେକ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଏହି ସଭାରେ ସ୍ବର୍ଗତ ଶତପଥୀଙ୍କ ସ୍ମୃତି ଚାରଣ କରି କହିଥିଲେ ଯେ ସେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଅଧ୍ୟାପନା ସମୟରେ ଛାତ୍ର ବତ୍ସଳ ଥିବାବେଳେ ଯୁବ ରେଡକ୍ରସର ପରାମର୍ଶଦାତା ଓ ଆବାହକ ସମ୍ପାଦକ ମଧ୍ୟ ଥିଲେ। ସେ ଏକାଧାରରେ ଜଣେ ଗୀତିକାର, କବି, ପ୍ରାବନ୍ଧିକ, ପ୍ରବଚନ, ଆଧ୍ୟାତ୍ମିକବାଦୀ, କଣ୍ଠଶିଳ୍ପୀ, ଉଦଘୋଷକ, ପ୍ରଶାସନିକ ଅଧିକାରୀ, ମାନବ ପ୍ରେମୀ ତଥା ବହୁମୁଖି ପ୍ରତିଭା ଥିଲେ ବୋଲି ମଞ୍ଚାସୀନ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଗୁଣଗାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆବାହକ ସମ୍ପାଦକ ସଞ୍ଜିବ କୁମାର ସାହୁ ସଂଯୋଜନା କରିଥିଲେ।