ଯଦୁ ଦଳପତିଙ୍କ ହତ୍ୟା ଘଟଣାରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଭବାନୀପାଟଣା- ୧୧/୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ଥାନା ଅନ୍ତର୍ଗତ ଡୁଡୁକାଠେଙ୍ଗା ପଂଚାୟତ ମୁନୁଗାପଦର ଗ୍ରାମର ଯଦୁ ଦଳପତି ହତ୍ୟା ମାମଲାକୁ ନେଇ ଗତକାଲି ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ଏହି ହତ୍ୟାକାଣ୍ଡରେ ସାମିଲ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜଣେ ଫେରାର ଥିବା ସୂଚନା ଦେଇଛନ୍ତି ଏସଡିପିଓ। ସବୁଦିନ ଯଦୁ ଦଳପତି ମଦ୍ୟପାନ କରି ପରିବାର ଲୋକଙ୍କ ଉପରେ କୁଆଡେ଼ ଅତ୍ୟାଚାର କରୁଥିଲା, ସ୍ତ୍ରୀକୁ ଗାଳି ଗୁଲଜ କରୁଥିଲା, ମାଡ ବି ମାରୁଥିଲା। ଯାହାଫଳରେ ଅତିଷ୍ଠ ହୋଇ ପରିବାର ଲୋକ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପୁଲିସ କହିଛି।

Leave a Reply

Your email address will not be published. Required fields are marked *