
ଭବାନୀପାଟଣା/ସ୍ଥାନୀୟ ଅମଲା ଭବନ ଠାରେ ଯୁଗ୍ମ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଟିତ ହୋଇଯାଇଛି. ଏହି ପ୍ରଦର୍ଶନୀ ମେଳା ରେ ମୁଖ୍ୟ ଅତିଥି ଭାବେ ଚିତ୍ର ଶିଳ୍ପୀ ଡାକ୍ତର ଦୀନବନ୍ଧୁ ସାହୁ ଉଦଘାଟନ କରିଥିଲେ. ଚିତ୍ର ଶିଳ୍ପୀ କୃଷ୍ନ ଚନ୍ଦ୍ର ପ୍ରଧାନ,ଶାନ୍ତି ନିକେତନ ର ସ୍ନାତକୋତ୍ତର ଡିଗ୍ରୀ ଛାତ୍ରୀ ସୁଶ୍ରୀ ପଲ୍ଲବୀ ପ୍ରିୟଦର୍ଶିନୀ,ଡୋଳାମଣି ସାହୁ,ଜଗତ ଗହୀର,ଯୋଗେଶ୍ଵର ଦାସ,ମଧୂସୁଦନ ପ୍ରଧାନ,ସ୍ଵପ୍ନା ପ୍ରଧାନ,ସଂଗ୍ରାମ ସରାଫ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ. ଶାସ୍ତ୍ରୀଜୀ ଶିକ୍ଷା ନିକେତନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା. ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ପ୍ରଦର୍ଶନୀ ମେଳା କୁ ଆସିଥିଲେ. ଦୁଇଦିନ ଧରି ଏହି ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି.