
କେସିଙ୍ଗା-୩/୪ କେସିଙ୍ଗା ବ୍ଲକ ଅଧୀନ ଗୁର୍ଜିମୁଣ୍ଡା ସ୍ତିତ ମା ଯୋଗମାୟାପୀଠ କୁ ବିଦେଶୀ ପର୍ଯ୍ୟଟକ ପରିଦର୍ଶନରେ ଆସି ଖୁସିବ୍ୟକ୍ତ କରି ଫେରିଛନ୍ତି । ସୁଇଜରଲ୍ୟାଣ୍ଡ ଜେନେଭାରୁ ଆସିଥିବା ଏହି ୨ ବିଦେଶୀ ପର୍ଯ୍ୟଟକ କଳାହାଣ୍ଡିର ବିଭିନ୍ନ ସ୍ଥାନ ବୁଲିଛନ୍ତି । ଏହି ଅବସରରେ ସେମାନେ ଆଜି ମା ଙ୍କ ପୀଠକୁ ଆସି ପୂଜାର୍ଚ୍ଚନା କରିବା ସହିତ ଆଳତୀ ଦର୍ଶନ କରିଥିଲେ । ପୂର୍ବରୁ ମଧ୍ୟ ୨୦୧୯ ରେ ଉଭୟ ଏହି ପୀଠକୁ ଆସିଥିଲେ । କଳାହାଣ୍ଡିକୁ ଆସିବା ବେଳେ ଉଭୟ ଏହି ପୀଠକୁ ପୁନର୍ବାର ଆସିବାକୁ ମନସ୍ତ କରିଥିବା ବେଳେ ସେମାନଙ୍କୁ ଅଣାଯାଇଥିବା ତାଙ୍କ ଗାଇଡ଼ ପ୍ରକାଶ କରିଛନ୍ତି । ପୀଠରେ କାଳିସୀ ପରମ୍ପରା ରହିଥିବା ବେଳେ କାଳିସି ଉଭୟଙ୍କ ଜୀବନର କିଛି କଥା ଓ ପରିବାର ବର୍ଗ କଣ ଚାହୁଁଛନ୍ତି କେତେ କଥା କହିଥିଲେ । ଯାହାକୁ ନେଇ ଉଭୟ ଭାବବିହଳ ହୋଇଯାଇଥିଲେ ।