ଯୋଗମାୟା ପୀଠରେ ସତସଙ୍ଗ ସମାବେଶ

କେସିଙ୍ଗା ତା୧.୧.(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ସତସଙ୍ଘ ପକ୍ଷରୁ ଏକ ସମାବେଶ ଅନୁଷ୍ଠିତହୋଇଯାଇଛି। ଏହି ଉପଲକ୍ଷେ ପୂରାତନ ବର୍ଷକୁ ବିଦାୟ ଦେଇ ନବବର୍ଷକୁ ସ୍ବାଗତ କରିବା ଉଦ୍ଦେଶ୍ୟରେ କେସିଙ୍ଗା ସତସଙ୍ଗ ପରିବାର ପକ୍ଷରୁ ମା ଯୋଗମାୟା ପୀଠ, ଗୁର୍ଜିମୁଣ୍ଡା ଠାରେ ଏକ ସତସଙ୍ଗ ସମାବେଶ ଅନୁଷ୍ଠିତ ହୋଇଯାଇଛି l କୀର୍ତ୍ତନର ତାଳେ ତାଳେ ମା ଯୋଗମୟାଙ୍କ ଦର୍ଶନ କରିବା ସହିତ ଦିନ ତମାମ ଭଜନ କୀର୍ତ୍ତନରେ ମା ଙ୍କ ପୀଠ ଗୁଞ୍ଜରିତ ହୋଇଥିଲା l ସତସଙ୍ଗ କେନ୍ଦ୍ର ଯାଜକ ବିଜୟ ସାହାଙ୍କ ତତ୍ୱାବଧାନରେ ଜ୍ଞାନେନ୍ଦ୍ର ଭୋଇ, ପ୍ରଶାନ୍ତ ମହଲା, ଶ୍ରୀଧର ସାହା, ମୁରଲୀ ବିଶିଙ୍କ ସମେତ ସତୁରୀ ଜଣ ସତସଙ୍ଗୀ ଉପସ୍ଥିତ ଥିଲେ l ଯୋଗମାୟା ପୀଠର ପୂଜକ ଅଶ୍ୱିନ ବିଶ୍ଵାଳ ଓ ଅନ୍ୟ ସେବକ ତଥା ଟ୍ରଷ୍ଟିର କର୍ମକର୍ତ୍ତା ମୋତି ବଗର୍ତ୍ତୀ, ଯଯାତି କେଶରୀ ଦେଓଙ୍କ ସହିତ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଆତିଥ୍ୟ ଓ ସହଯୋଗ ପାଇଁ ସତସଙ୍ଗ କେନ୍ଦ୍ର କୃତଜ୍ଞତା ଜ୍ଞାପନ କରିବା ସହିତ ମା ଯୋଗମାୟାଙ୍କ ଆଶୀର୍ବାଦ ଭିକ୍ଷା କରି ଆନନ୍ଦ ଉଲ୍ଲାସରେ ସମସ୍ତେ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ l

Leave a Reply

Your email address will not be published. Required fields are marked *