ଭବାନୀପାଟଣା-୨୪/୧୨ ଗତ ୧୯ ତାରିଖରେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଇନ୍ଦ୍ରାବତୀ ମହିଳା ହଷ୍ଟେଲରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଖବର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହାକୁ ମୃତ ଛାତ୍ରୀର ପରିବାର ଲୋକେ ହତ୍ୟାକାଣ୍ଡର ରୂପ ଦେଇ ଥାନାରେ ଅଭିଯୋଗ କରିଥିବା ବେଳେ ରାଗିଂ ଯୋଗୁଁ ଛାତ୍ରୀ ଜଣକ ଅପମାନ ସହିନପାରି ଆତ୍ମହତ୍ୟା କରିଥିବା କୁହାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଗତ ୧୮ ତାରିଖରେ ଏକ ମୋବାଇଲ ଚୋରି ହୋଇଥିବା ନେଇ ଉକ୍ତ ଛାତ୍ରୀଙ୍କୁ ହଷ୍ଟେଲ ପରିସରରେ ଅପମାନିତ କରାଯାଇଥିଲା। ଏହି ଘଟଣାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କାଉନସେଲିଂ କରି ସମସ୍ୟାର ସମାଧାନ କରିନଥିଲେ। ତେଣୁ ଏହି ଅଭାବନୀୟ ଘଟଣକୁ ନେଇ ବିଭିନ୍ନ ମହଲରେ ଘୋର ନିନ୍ଦା କରାଯାଇଛି।