ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ କଲମପୁର ଅଞ୍ଚଳର ମଣ୍ଡି ପରିଦର୍ଶନ

କଲମପୁର -୧୯/୧୨(ଗଣେଶରାମ ବାଗ) ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ.ମୁକେଶ ମହାଲିଙ୍ଗ ଗୁରୁବାର କଳାହାଣ୍ଡି ଗସ୍ତରେ ଆସି କଲମପୁର ର ମଣ୍ଡି ସବୁ ପରିଦର୍ଶନ କରିଛନ୍ତି। ଚଳିତ ଖରିଫ ଋତୁ ଧାନ ଫସଲ ଉପରେ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଚାଷୀଙ୍କୁ ଦିଆଯାଉଥିବା ବେଳେ ଏହା ଯେପରି ଶୃଙ୍ଖଳିତ ଭାବେ ପହଞ୍ଚିବ ସେନେଇ ମଣ୍ଡି ମାନଙ୍କରେ ପହଞ୍ଚି ସମୀକ୍ଷା କରିଛନ୍ତି। ମାନ୍ୟବର ମନ୍ତ୍ରୀ ଉତ୍କେଲା ଏୟାରପୋର୍ଟରେ ଅବତରଣ କରି ବିଭିନ୍ନ ମଣ୍ଡି ସବୁ ପରିଦର୍ଶନ କରି ୧୨ . ୪୫ମିନିଟରେ କଲମପୁର ମଣ୍ଡିରେ ପହଞ୍ଚିଥିଲେ। ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ,ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଉପଜିଲ୍ଲାପାଳ ଧିମାନ ଚକମା, ବିଜେପି ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା, ହିମାଂଶୁ ମେହେର, ଜିଲ୍ଲା ଯୋଗାଣ ଅଧିକାରୀ, ଡିଆରସିଏସ ପ୍ରମୋଦ ସାହୁ ପ୍ରମୁଖ ମଧ୍ୟ ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ। କଲମପୁର ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଶଙ୍କର୍ଷଣ ବେହେରା, ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀ, ଆରଏମସି ସମ୍ପାଦକ ଭୁବନେଶ୍ୱର ବେହେରା ଓ ପ୍ୟାକ୍ସ ନିର୍ଦ୍ଦେଶକଙ୍କ ସମେତ ବିଜେପି କର୍ମକର୍ତ୍ତା ମଣ୍ଡି ନିକଟରେ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ। ସଭାପତି ଶ୍ରୀ ବେହେରା ସମସ୍ତଙ୍କୁ ସ୍ବାଗତ ଜଣାଇବା ପରେ ଜିଲ୍ଲାପାଳ ସଚିନ ପ୍ରକାଶ ସଭାର ପରିଚାଳନା କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ପାଟ୍ଟଯୋଶୀ ସରକାରଙ୍କ ଦେଇଥିବା ପ୍ରତିଶ୍ରୁତି ପୂରଣ ଉପରେ ଚାଷୀଙ୍କ ଆଗରେ ବକ୍ତବ୍ୟ ରଖିଥିଲେ। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ଶକ୍ତିଶାଳୀ କରିବା ପାଇଁ ମୋହନ ସରକାର ପ୍ରତିଶୃତି ବଦ୍ଧ ଏବଂ ଯାହା ସରକାର କୁହନ୍ତି ତାହା କରନ୍ତି । ଆଜିର ଦିନରେ ଧାନରେ ଇନପୁଟ ସବସିଡି ସମସ୍ତ ଚାଷୀଙ୍କୁ ଦେବା ତଥା ଏଯାଏଁ ଫସଲ ବିକ୍ରି କରିଥିବା ଚାଷୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଜଣେ ଚାଷୀ ନିଜେ ଧାନର ମୂଲ୍ୟ ସହିତ ଇନପୁଟ ସବସିଡି ପାଇସାରିଛି ବୋଲି ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସରକାରଙ୍କ ଏହି ପଦକ୍ଷେପ କୁ ସାଧୁବାଦ ଜ୍ଞାପନ କରିଥିଲେ। ଅନ୍ୟ ପକ୍ଷରେ ଜଣେ ମହିଳା ଚାଷୀ ସୂଖା ସଫା କରି ଧାନ ଆଣିଥିଲି ତାକୁ ୫ କେଜି କଟନି କରି ନେଇଥିଲେ ଯାହାକି ଧୁଆ ଅଧୁଆ ସବୁ ସମାନ କରାଯାଉଛି। ଏଥିପାଇଁ ମୁଁ ଦୁଃଖିତ ବୋଲି ଅଭିଯୋଗ କରିଥିଲେ। ଏଥିସହ ମଣ୍ଡିରେ ନିୟୋଜିତ ଶ୍ରମିକ ମାନେ ବିଗତ ଦିନରେ ନିଜର ପାରିଶ୍ରମିକ ବୃଦ୍ଧି କରିବା ନେଇ ସରକାରଙ୍କୁ ଜଣାଇଥିଲେ। ତେବେ ବର୍ତ୍ତମାନ ବର୍ଦ୍ଧିତ ମୂଲ୍ୟ କ୍ଵିଣ୍ଟାଲ ପିଛା ୧୩ ଟଙ୍କା ୧୪ ପଇସା ମିଳୁଛି ଏବଂ ଗତ ୨୦୧୯ ମସିହାରୁ ଉକ୍ତ ବର୍ଦ୍ଧିତ ମୂଲ୍ୟ ଆମକୁ ମିଳୁ ନାହିଁ। ଏ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବିକରିଥିଲେ। ଜିଲ୍ଲାପାଳଙ୍କ ସହ ଆଲୋଚନା କରି ତୁରନ୍ତ ସମାଧାନ କରିବା ନେଇ ମତ ରଖିଥିଲେ। ଏହାପରେ ମନ୍ତ୍ରୀ ଡଃ .ଶ୍ରୀ ମହାଲିଙ୍ଗ କଲମପୁର ବ୍ଲକର ବଡକୁଟରୁ,ବିଜମରା, ମଣ୍ଡି ପରିଦର୍ଶନ କରି ମୋଟେର ଅଭିମୁଖେ ଗସ୍ତ କରିଥିଲେ।

Leave a Reply

Your email address will not be published. Required fields are marked *