
କେସିଙ୍ଗା -୧୪/୧୦ ଆଜି ପ୍ରାୟ ରାତି ଘ. ୯. ୪୦/୪୫ମି. ରେ ଚୋରା ବାଲି ଚାଲାଣ ହେଉଥିବା ନେଇ ଜନୈକ ଗଣମାଧ୍ୟମ ପ୍ରତିନିଧି ଦେଖିଥିବା ଜଣାପଡିଛି। ଉକ୍ତ ଗଣମାଧ୍ୟମ ପ୍ରତିନିଧି ନିଜ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ତଥା ମିନି ଷ୍ଟାଡିୟମ ନିକଟରେ ଏକ ହାଇଓ୍ବା ଗାଡି ନଂ ଓଡି୦୩ଏ ଇ୫୯୯୯ ଯୋଗେ ବାଲି ନେଉଥିବା ଦେଖିଥିଲେ। ଉକ୍ତ ଗଣମାଧ୍ୟମ ପ୍ରତିନିଧି ହାଇଓ୍ବା ଚାଳକକୁ ବାଲି କେଉଁଠାରୁ ଆଣିଲୁ ଏବଂ କାହାର ନେଉଛୁ ଓ ରୟାଲିଟ ବାବଦ ଅର୍ଥ ଜମା କରିଛ କି ନାହିଁ ବୋଲି ପଚାରିଥିଲେ। ଟ୍ରାକ୍ଟର ଚାଳକ ଉତ୍ତରରେ କହିଥିଲା ଯେ ସୁକନାଭଟା ନିକଟ ନଦୀପଠାରୁ ବାଲି ଆଣିଥିବା ବେଳେ କେସିଙ୍ଗା ଥାନା ଅଧୀନସ୍ଥ ବାଲସି ପଞ୍ଚାୟତର ମଶାଣିବନ୍ଧ ଗ୍ରାମର ବିଷ୍ଣୁ ଘଡେଇଙ୍କ ପୁଅର ବାଲି ନେଉଛି। ଏବାବଦରେ ରୟାଲିଟ୍ ଜମା କରାଯାଇ ନାହିଁ ବୋଲି ମଧ୍ୟ କହିଥିଲା। ତେବେ ବର୍ତ୍ତମାନ ଅକ୍ଟୋବର ମାସ ଅଧା ହୋଇଥିଲା ବେଳେ ଏବେ ସୁଦ୍ଧା କାହାକୁ ବାଲି ଉଠାଣ ପାଇଁ ବିଭାଗ ପକ୍ଷରୁ ଆଦେଶ ପତ୍ର ଦିଆଯାଇନାହିଁ। ତେଣୁ ଉକ୍ତ ବ୍ୟକ୍ତି ରାତି ହେଲେ କାହିଁକି ବାଲି କେଉଁଠାକୁ ନେଉଛି ନା ଚୋରା ଚାଲାଣ କରୁଛି, ତାହା ପ୍ରଶ୍ନବାଚୀ ସୣଷ୍ଟି କରିଛି। ପୁଲିସ ପ୍ରଶାସନ ଏହାର ତଦନ୍ତ କରି ସତ୍ୟାସତ୍ୟ ଘଟଣାର ପର୍ଦାଫାଶ କରିବାକୁ ଦାବି ହେଉଛି।