ରୁପ୍ରାରୋଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ନର୍ଲା-୩/୧୨ (ପ୍ରଦୀପ କୁମାର ଗଉଡ) କେସିଙ୍ଗା ସଂକୁଳ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରୁପ୍ରାରୋଡ଼ର ୨୮ତମ ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ଶିଶୁ ବାଟିକା ବିଭାଗ ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ମୋଟ ୩୨ ଗୋଟି ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୨୪୦ ଜଣ ଭାଇଭଉଣୀ ଶିଶୁ ବିଭାଗ ଓ ବାଲ ବିଭାଗରେ ବିଭକ୍ତ ହୋଇ ଭାଗ ନେଇଥିଲେ। ଉଦଯାପନ କାର୍ଯ୍ୟକ୍ରମରେ ତୁଲାପଡା ବିଜୟାନନ୍ଦ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଶୀଲ ସେନାପତି ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ରୂପେ ଅସୀମ ରଂଜନ ନାଗ ଓ ଇତିହାସ ଅଧ୍ୟାପକ ବିଜୟ କୁମାର ଭୋଇ, ବିଦ୍ୟାଳୟର ସଂପାଦକ ସଞ୍ଜୀବ କୁମାର ଦାସ ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କ୍ରୀଡାର ବିବରଣୀ ପଠନ କରିଥିଲେ। ଆଚାର୍ଯ୍ୟ ଶିବରାମ ସାହୁ, ଗୁରୁଜୀ ନିକୁଞ୍ଜ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଗୁରୁଜୀ ବିମଳ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *