ଲକ୍ଷପତି ଦିଦି ତାଲିମ ଅର୍ଥ ବାଟମାରଣା ଅଭିଯୋଗ

ନର୍ଲା-୨୭/୨ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ଲକ୍ଷପତି ଦିଦି ତାଲିମ ପାଇଁ ଆସିଥୁବା ଅର୍ଥ ମିଥ୍ୟା ବିଲ୍ କରି ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ନର୍ଲା ବ୍ଲକରେ ୨୬ ଗୋଟି ଗ୍ରାମ ପଞ୍ଚାୟତରେ ୨୬ ଟି ଜିପିଏଲଏଫ ରହିଛି। ପ୍ରତି ଜିପିଏଲଏଫରେ ଜଣେ ଲେଖାଏଁ ଏମ. ବି.କେ ନିଯୁକ୍ତି ହୋଇଛନ୍ତି । ଏହି ସବୁ ଏମ.ବି.କେ ମାନେ ଗ୍ରାମ ପଞ୍ଚାୟତ ସ୍ତରରେ ସିଆରପି ମାନଙ୍କୁ ନେଇ ଗ୍ରାମ ପଞ୍ଚାୟତ ସ୍ତରରେ ଗଠନ କରାଯାଇଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ପ୍ରତ୍ୟେକ କାର୍ଯ୍ୟ ତଦାରଖ କରିବା ସହ ସମସ୍ତ ସରକାରୀ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଓ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ଏମାନଙ୍କୁ ସରକାର ନିୟୋଜିତ କରିଛନ୍ତି। କିନ୍ତୁ ନର୍ଲା ବ୍ଲକରେ ପାଖାପାଖି ଅର୍ଦ୍ଧାଧିକ ଜିପିଏଲଏଫ ର ସଭାନେତ୍ରୀ ସମ୍ପାଦିକା ଏମବିକେ ମାନଙ୍କ ସହିତ ସଲାସୁତୁରା କରି ଲକ୍ଷ୍ୟପତି ଦିଦି ତାଲିମ ପାଇଁ ଆସିଥିବା ସରକାରୀ ଅର୍ଥକୁ ନିଜ ନିଜ ପାରିବାରିକ ସମ୍ପର୍କୀୟ ମାନଙ୍କ ନାମରେ ହଜାର ହଜାର ଟଙ୍କାର ମିଥ୍ୟା ବିଲ୍ କରି ଅର୍ଥ ଆତ୍ମସାତ କରାଯାଇଥିବା ଭଳି ସଂଗୀନ ଅଭିଯୋଗ ସାମ୍ନାକୁ ଆସୁଛି । ଏପରିକି ୨୦ ଜଣ ମହିଳାଙ୍କୁ ତାଲିମ ଦେଇ ପାଖାପାଖି ୮୦ ଜଣ ମହିଳାଙ୍କ ମିଥ୍ୟା ଦସ୍ତଖତ କରାଯାଇଥିବା ସୂଚନା ମିଳିଛି। ଏହିସବୁ ଲକ୍ଷ୍ୟପତି ଦିଦି ତାଲିମ ଖର୍ଚ୍ଚ ବିଷୟରେ କୌଣସି ବିସିଆରପିସି ଇସି ମେମ୍ବର କିମ୍ବା ମହିଳା ଗୋଷ୍ଠୀ ସଦସ୍ୟାମାନଙ୍କୁ ନ ଜଣାଇ ଗୋପନ ରଖି ଅର୍ଥ ତୋଷରପାତ କରାଯାଇଥିବା ଅଭିଯୋଗ ବାରମ୍ବାର ହୋଇଆସୁଥଲେ ବି ତାଙ୍କ ବିରୋଧରେ କୌଣସି ପ୍ରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ମିଶନ ଶକ୍ତି ମହିଳା ମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏମାନେ ବିଭିନ୍ନ ସମୟରେ ବିଭିନ୍ନ ଯୋଜନାକୁ ବାଟବଣା କରି ଉପରିସ୍ଥ ଅଧିକାରୀଙ୍କ ପକେଟ ଗରମ କରାଇଵା ସହ ଜିପିଏଲଫ ସଭାନେତ୍ରୀ ସମ୍ପାଦିକା ଓ ଏମବିକେ ମାନଙ୍କ ମିଳିତ ଭାବେ ହାତସଫାଇ କରି ନିଜ ନିଜ ପାରିବାରିକ ସମ୍ପକୀୟ ମାନଙ୍କ ନାମରେ ହଜାର ହଜାର ଟଙ୍କା ମିଥ୍ୟା ବିଲ କରି ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି। ବିଗତ ଓ ଚଳିତ ବର୍ଷ ମଧ୍ୟ ଲକ୍ଷପତି ଦିଦି ମାନଙ୍କୁ ତାଲିମ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରତି ପଞ୍ଚାୟତକୁ ପାଖାପାଖି ୨୦,୦୦୦ /- ରୁ ୪0000/ଟଙ୍କା ଖର୍ଚ୍ଚ ପାଇଁ ନିର୍ଦ୍ଦେଶ ରହିଥିଲା କିନ୍ତୁ ଏହି ସରକାରୀ ଅର୍ଥକୁ କିଛି ଦୁର୍ନୀତି ରାଣୀ ଏମବିକେ ମାନେ ଖର୍ଚ୍ଚ ନ କରି ହଜାର ହଜାର ଟଙ୍କାର ମିଥ୍ୟା ବିଲ ଭାଉଚର୍ ତିଆରି କରି ଏକ ଫାଙ୍କା ଲେଖା ବିହୀନ ବିନିଯୋଗ ପତ୍ର ମାନଙ୍କରେ ସିଆରପି ଏବଂ ଇସି କର୍ମୀ, ଏସଏଚଜି ମହିଳା ମାନଙ୍କୁ ଅନ୍ଧାରରେ ରଖି ଦସ୍ତଖତ କରାଇଥିବା ଅଭିଯୋଗ ହୋଇଛି। ଏପରିକି ମାଣ୍ଡେଲ ଓ ସର୍ଗିଗୁଡା ପଞ୍ଚାୟତରେ ଲେଖା ବିହୀନ ବିନିଯୋଗ ପତ୍ରରେ ଦସ୍ତଖତ ନ କଲେ ଚାକିରିରୁ ବାହାର କରି ଦିଆଯିବ ବୋଲି ଇସି ଓ ସିଆରପି ମାନଙ୍କୁ ଧମକ ଦିଆଯାଇ ଭୟଭୀତ କରୁଥିବା ଅଭିଯୋଗ ହୋଇଛି। ଏଭଳି ଏକ ସଙ୍ଗୀନ ମାମଲା ସମଗ୍ର ବ୍ଲକରେ ଚାଲିଥିବା ବେଳେ ମାଣ୍ଡେଲ ଗ୍ରାମ ପଞ୍ଚାୟତରେ ଲକ୍ଷପତି ଦିଦି ତାଲିମ ଅର୍ଥ ଘୋଟାଲାରେ ସମ୍ପୃକ୍ତ ଥିବା ଏମବିକେ ସଂଯୁକ୍ତା ସୁନା ସଭାନେତ୍ରୀ ଗୀତାଞ୍ଜଳି ପୋଢ଼ ସମ୍ପାଦିକା ଚନ୍ଦ୍ରିକା ବିଭାର ଏବଂ ବ୍ଲକ ସଂଯୋଜକ ସନତ କୁମାର ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହାଟରେ ପଡ଼ି ଦାଣ୍ଡରେ ଗଢ଼ୁଛି। ଏଣୁ ନର୍ଲା ବ୍ଲକରେ ଲକ୍ଷପତି ଦିଦି ତାଲିମ ପାଇଁ ଆସିଥିବା ସରକାରୀ ଅର୍ଥକୁ ଆତ୍ମସାତ କରି ସରକାରୀ ଯୋଜନାକୁ ବାଟବଣା କରୁଥିବା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି ମାଣ୍ଡେଲ ଗ୍ରାମପଞ୍ଚାୟତର ଏମବିକେକୁ ଯେତେ ବେଳେ ଲକ୍ଷପତି ଦିଦିରେ ହେଉଥିବା ଘୋଟଲା ବିଷୟରେ ସିଆରପି-ସିଏମ ପ୍ରଶ୍ନ କରିବାରୁ ସେ କହିଲେ ବିଏଲସି ସନତ ସାହୁକୁ ସବୁ ପଇସା ଦିଆଯାଉଛି ବୋଲି କହିଥିଲେ ।
ଏଣୁ ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ହୋଇଥିବା ମହାଘୋଟାଳାର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଅନେକ ଦୁର୍ନୀତି ଖୋର କର୍ମଚାରୀ ଓ ଅଧିକାରୀଙ୍କ ଅସଲ ମୁଖା ଲୋକ ଲୋକଚନକୁ ଆସିବ ବୋଲି ମହିଳା ଗୋଷ୍ଠୀ ସଦସ୍ୟା ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *