ଲକ୍ଷ୍ମୀ ବସ୍ ସହ ଟ୍ରାକ୍ଟର ଧକ୍କା

ଭବାନୀପାଟଣା- ୧୧/୧୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଖୁଣ୍ଟିଆ ଠାରେ ଏକ ଟ୍ରାକ୍ଟର ଲକ୍ଷ୍ମୀ ବସ୍ ସହ ଧକ୍କା ହୋଇଥିବା ନେଇ ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ଅପରାହ୍ନ ୪ ଟାରେ ସର୍ଗିଗୁଡା ପଟରୁ ଖୂଣ୍ଟିଆ ଗାଁ ଦେଇ ଆସୁଥିବା ଲକ୍ଷ୍ମୀ ବସ୍ କୁ ମିର୍ଜାପୁର ପଟରୁ ଏକ ଟ୍ରାକ୍ଟର ଦ୍ରୁତଗତିରେ ଆସି ବସ୍ ର ଏକ ପାର୍ଶ୍ଵରେ ପିଟିହୋଇ ପାଖ ଜମିରେ ଓଲଟି ପଡିଥିଲା। କିନ୍ତୁ ଟ୍ରାକ୍ଟର ଚାଳକ ଖଗେଶ୍ବର ନାଗ(୩୦) ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

Leave a Reply

Your email address will not be published. Required fields are marked *