
କେସିଙ୍ଗା ତା ୧୭.୧୨(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଉଭୟ ପାର୍ଶ୍ଵରେ ଥିବା ଜାତୀୟ ରାଜପଥ ରେ ଫଳ ବ୍ୟବସାୟୀମାନେ ଦୀର୍ଘ ଦିନରୁ ଫଳ ବ୍ୟବସାୟ କରି ଆସୁଥିଲେ। ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଟ୍ରାଫିକ୍ ସମସ୍ୟା ଉପୁଜୁଥିଲା। ଯାହାଫଳରେ ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧା ଦେଖାଯାଉଥିଲା। ଏହି ସମସ୍ୟାର ସମାଧାନ ପାଇଁ କଳାହାଣ୍ଡି ଜିଲ୍ଲାପାଳ ଏନ ଏ ସି କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପରିଷଦର ସଦଦ୍ଭାବନା ଗୃହରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ଫଳ ବ୍ୟବସାୟୀଙ୍କ ଉପସ୍ଥିତରେ ମଙ୍ଗଳବାର ଏକ ଆଲୋଚନ ହୋଇଥିଲା। ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ, ନଗରପାଳ ଶ୍ରୀ ଯାଦବ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତରେ ଏକ ଲଟେରୀ କରାଯାଇଥିଲା। ପ୍ରଥମ ଲଟେରୀ ଗଜିନ୍ଦ୍ର ସାହୁ, ଦ୍ଵିତୀୟରେ ହୃଷିକେଶ ସାହୁ ଓ ତୃତୀୟରେ ଅତ୍ୟୁତ ସାହୁ ଏହିପରି ସହରରେ ଫଳ ବ୍ୟବସାୟ କରୁଥିବା ୨୨ଜଣଙ୍କୁ ୱାର୍ଡ ନମ୍ବର ୩ ସ୍ଥିତ ଅମ୍ବାଜି ମନ୍ଦିରରେ ନିକଟରେ ଥିବା ପିଣ୍ଡି ଆବଣ୍ଟନ କରାଯାଇଛି। ଆସନ୍ତା ଜାନୁଆରୀ ୩ ତାରିଖରେ ରାଜରାସ୍ତାରୁ ସ୍ଥାନାନ୍ତରିତ ହୋଇ ଅମ୍ବାଜୀ ମନ୍ଦିର ନିକଟକୁ ଯିବା ପାଇଁ ସମସ୍ତ ଫଳ ଦୋକାନୀ ସ୍ବଇଚ୍ଛାରେ ରାଜି ହୋଇଛନ୍ତି। ଏଥିରେ ଫଳ ଦୋକାନୀମାନେ ବ୍ୟତିକ୍ରମ କଲେ ନିୟମ ଅନୁସାରେ ଦଣ୍ଡନୀୟ ହେବେ ବୋଲି ଏକ ଚୁକ୍ତି ନାମାରେ ସ୍ବାକ୍ଷରିତ କରିଛନ୍ତି। ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦଙ୍କୁ ପଚାରିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଫଳ ଦୋକାନୀ ଓ ପନିପରିବା ଦୋକାନୀଙ୍କୁ ରାଜରାସ୍ତା ଉଫରୁ ତୁରନ୍ତ ହଟାଯାଇ ସେମାନଙ୍କୁ ମଧ୍ୟ ଜାଗା ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ।