କେସିଙ୍ଗା ତା ୧୭.୧୨(ତୁମେଶ୍ୱର ସାହୁ)କଳାହାଣ୍ଡି ଜିଲା କେସିଙ୍ଗା ସହରର ଉଭୟ ପାର୍ଶ୍ଵରେ ଥିବା ଜାତୀୟ ରାଜ ପଥ ରେ ଫଳ ବ୍ୟବସାୟୀ ମାନେ ଦୀର୍ଘ ଦିନରୁ ଫଳ ବ୍ୟବସାୟ କରି ଆସୁଥିଲେ।ଜାତୀୟ ରାଜ ପଥ ର ଉଭୟ ପାର୍ଶ୍ଵରେ ଟ୍ରାଫିକ ଜମୁ ଥିଲା।ଯାହାଫଳରେ ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧା ଦେଖା ଯାଉଥିଲାଏହି ସମସ୍ୟା କୁ ତୁରନ୍ତ ଦୂରକରିବା ପାଇଁ କଳାହାଣ୍ଡି ଜିଲାପାଳ ଏନ ଏ ସି କୁ ନିର୍ଦ୍ଦେଶ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ପରିଷଦ ର ସଦଦ୍ଭାବନା ସଭା ଗୃହରେ ଅଧ୍ୟକ୍ଷ ନୃପରାଜ ଯାଦବ ଙ୍କ ନେତୃତ୍ୱରେ ଫଳ ବ୍ୟବସାୟୀ ଙ୍କ ଉପସ୍ଥିତ ରେ ମଙ୍ଗଳବାର ଏକ ଆଲୋଚନ ହୋଇଥିଲା।ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ ଓ ଅଧ୍ୟକ୍ଷ, ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତରେ ଏକ ଲଟେରୀ କରାଯାଇଥିଲା।ପ୍ରଥମ ଲଟେରୀ ଗଜିନ୍ଦ୍ର ସାହୁ,ଦ୍ଵିତୀୟ ରେ ହୃଷିକେଶ ସାହୁ ଓ ତୃତୀୟ ରେ ଅତ୍ୟୁତ ସାହୁ ଏହି ପରି ସହରରେ ଫଳ ବ୍ୟବସାୟ କରୁଥିବା ୨୨ଜଣ ଙ୍କୁ ୱାର୍ଡ ନମ୍ବର ୩ ସ୍ଥିତ ଅମ୍ବାଜି ମନ୍ଦିରରେ ନିକଟରେ ଥିବା ପିଣ୍ଡି ଆବଣ୍ଟନ କରାଯାଇଛି।ଆସନ୍ତା ଜାନୁଆରୀ ୩ତାରିଖରେ ରାଜ ରାସ୍ତା ରୁସ୍ଥାନାନ୍ତରିତ ହୋଇ ଅମ୍ବାଜି ମନ୍ଦିର ନିକଟକୁ ଯିବା ପାଇଁ ସମସ୍ତ ଫଳ ଦୋକାନି ସ୍ବ ଇଚ୍ଛା ରେ ରାଜି ହୋଇଛନ୍ତି।ଏଥିରେ ଫଳ ଦୋକାନି ମାନେ ବ୍ୟତି କ୍ରମ କଲେ ନିୟମ ଅନୁସାରେ ଦଣ୍ଡ ନିୟ ହେବେ ବୋଲି ଏକ ଚୁକ୍ତି ନାମାରେ ସ୍ବାକ୍ଷରିତ କରିଛନ୍ତି।ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ ଙ୍କୁ ପଚାରିବାରୁ ଜିଲାପାଳ ଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଫଳ ଦୋକାନି ଓ ପନିପରିବା ଦୋକାନି ଙ୍କୁ ରାଜ ରାସ୍ତା ରୁ ତୁରନ୍ତ ହଟା ଯାଇ ସେମାନଙ୍କୁ ମଧ୍ୟ ଜାଗା ଦେବାପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ।