
କେସିଙ୍ଗା- ୬/୧୦ ( ତୁମେଶ୍ବର ସାହୁଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର କମର୍ଦ୍ଧା ପଞ୍ଚାୟତରେ ସରପଞ୍ଚ, ଆଇ ଟି ଡି ଏ କର୍ମଚାରୀ, ପିଇଓ ଏବଂ ଜିଆରଏସ ଙ୍କ ମିଳିତ ଉଦ୍ୟମରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ନିରୀହ ଗରିବ ଲୋକଙ୍କୁ ଭୁଆଁ ବୁଲାଇ ବିଭିନ୍ନ ଯୋଜନାରେ ଆସୁଥିବା ପ୍ରକଳ୍ପର କାମ ନକରି ମିଥ୍ୟା ବିଲ୍ ଭାଉଚର କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମାସାତ କରୁଥିବା ନେଇ ନାଏବ ସରପଞ୍ଚ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଯେ ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତରେ ମନରେଗା ଯୋଜନାରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ହେଉଥିବା ୧୦୦ ଦିନର କାମ ବଦଳରେ ୨୦୦ ଦିନର କାମ ଦେବାର ବ୍ୟବସ୍ଥା ଥିବାବେଳେ ସେହି ହିସାବରେ କାମ ନଦେଇ ସରକାରୀ କର୍ମଚାରୀମାନେ ମିଥ୍ୟା ବିଲ୍ କରି ଅର୍ଥ ଆତ୍ମସାତ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସେହି ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ସତକଥା ଗଣମାଧ୍ୟମ ଆଗରେ ପ୍ରକାଶ କରିବାରୁ ତାଙ୍କୁ ଧମକ ଚମକ ଦିଆଯାଉଥିବାର ଖବର ଶୁଣିବାକୁ ମିଳୁଛି। ତେଣୁ ଜିଲ୍ଲାପାଳ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।