ଵାଇକ୍ ଧକ୍କାରେ ଦୁଇ ଗୁରୁତର

ନର୍ଲା ୧୯/୧୨ (ପ୍ରଦୀପ କୁମାର ଗଉଡ) ଆଜି ଦିନ ୨ ଟା ସମୟରେ ଭବାନୀପାଟଣାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ବାଲିପଡା ନିକଟରେ ଦୁଇ ବାଇକ୍ ମଧ୍ୟରେ ମୂହାମୁହିଁ ଧକ୍କା ହେବା ଫଳରେ ଗୋଟିଏ ବାଇକ୍ ରେ ଥିବା ଦୁଇ ଜଣ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିଲେ। ଅନ୍ୟ ବାଇକ୍ ଆରୋହୀ ଦୁଇ ଜଣ ଫେରାର ଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରି ଦୁଇ ଜଣଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। ଗୁରୁତର ଦୁଇଜଣ ମ. ରାମପୁର ବ୍ଲକ୍ ଅନ୍ତର୍ଗତ ମାଣୀକେରା ଗାଁ ର ପିତାମ୍ ମାଝୀ ଓ ଜିତୁ ମାଝୀ ବୋଲି ଜଣା ପଡିଛି। ସେମାନଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ନର୍ଲା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବାଇକ୍ କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *