ଶାସ୍ତ୍ରୀଜୀ ମଡେଲ ସ୍କୁଲରେ ଜାତୀୟ ସଡ଼କ ସୁରକ୍ଷା- ୨୦୨୫ ପାଳିତ

ଭବାନୀପାଟଣା – ତା ୦୮/୦୧/୨୦୨୫ ଆଜି ବୁଧବାର ସ୍ଥାନୀୟ ଶାସ୍ତ୍ରୀଜୀ ମଡେଲ ସ୍କୁଲରେ ଜାତୀୟ ସଡକ ସୁରକ୍ଷା– ୨୦୨୫ ପାଳିତ ହୋଇଯାଇଛି । ଏଥିରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେଇ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ବିଦ୍ୟାଳୟ ଠାରୁ ଆରମ୍ଭ କରି ମାଁ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ପର୍ଯନ୍ତ ଯାଇ ଫେରିଥିଲେ। ଏହି ଶୋଭାଯାତ୍ରାରେ କଳାହାଣ୍ଡିର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଗତିକୃଷ୍ଣ ସାମନ୍ତରାୟ, କନିଷ୍ଠ ଏମ, ଭି, ଆଇ, ରାମକୃଷ୍ଣ ମାଝି, ସର୍କଲ ଇନ୍ସପେକ୍ଟର ମିଥୁନ ପ୍ରଧାନ, ଟାଉନ୍ ଥାନା ଓ ସଦର ଥାନାର ପୋଲିସ ଅଧିକାରୀ ଓ ପୋଲିସ ବାହିନୀ ସହଯୋଗ କରି ଶୋଭାଯାତ୍ରାକୁ ସଫଳ କରିଥିଲେ। ଶୋଭାଯାତ୍ରା ପରେ ବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ପରିଚାଳନା କମିଟୀର ଚେୟାରମ୍ଯାନ ଆଶୁତୋଷ ମୁଣ୍ଡ, ସେକ୍ରେଟାରୀ ଶ୍ରୀମତୀ ନିହାରିକା ପୁରୋହିତ, ଟ୍ରଷ୍ଟି ମେମ୍ବର ଶ୍ରୀମତୀ ସ୍ଵପ୍ନା ରାଣୀ ପ୍ରଧାନ, କମିଟୀ ସଦସ୍ୟ କଳ୍ପେଶ୍ଵର ପୁରୋହିତ, ବିଦ୍ୟାଳୟ ଅଧ୍ୟକ୍ଷ ମନମୋହନ ଦାଶ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସଡକ ସୁରକ୍ଷା ବିଷୟରେ ଉଦବୋଧନ ଦେଇ ସଭା ସମାପ୍ତ କରିଥିଲେ।

Leave a Reply

Your email address will not be published. Required fields are marked *