ଭବାନୀପାଟଣା-୮/୧୧ ଜୟପାଟଣା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଡୁଙ୍ଗୁରିଖୋଲ ସ୍କୁଲରେ କାର୍ଯ୍ୟରତ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଗତକାଲି ଗ୍ରାମବାସୀ ସ୍କୁଲରେ ତାଲାବନ୍ଦ କରିଥିବା ଖବର ମିଳିଛି। ସୂଚନାରୁ ପ୍ରକାଶ ଯେ ଡୁଙ୍ଗୁରିଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି। କିନ୍ତୁ ସେମାନେ ନିୟମିତ ସ୍କୁଲକୁ ନଆସି ପାଳି କରିଆସୁଛନ୍ତି। ଏନେଇ ଗ୍ରାମବାସୀ ତଥା ଅଭିଭାବକ ମାନେ ସେମାନଙ୍କୁ ତାଗିଦ୍ କରିବା ସହ ପ୍ଶାରସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ। ତେଣୁ ଗ୍ରାମବାସୀ ତଥା ଅଭିଭାବକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ସ୍କୁଲରେ ତାଲା ପକାଇଥବା ଜଣାଯାଇଛି।