ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ, କେସିଙ୍ଗା ପକ୍ଷରୁ ଅନ୍ନଦାତା ମହୋତ୍ସବ ପାଳିତ

କେସିଙ୍ଗା ତା ୨୦.୧୨(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମନ ଗ୍ରାମର ଗ୍ରାମ ପଞ୍ଚାୟତ ପରିସର ମଧ୍ୟରେ ଅନ୍ନଦାତା ମହୋତ୍ସବ ଭାରତୀୟ ଷ୍ଟେଟ ବ୍ୟାଙ୍କ କେସିଙ୍ଗା ପକ୍ଷରୁ ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ତୁର୍ଳାଖମନ ଗ୍ରାମ ଓ ଆଖପାଖ ଅଞ୍ଚଳ ରୁ ବହୁ ଚାଷୀମାନେ ଯୋଗଦାନ କରିଥିଲେ। ଚିଫ୍ ମ୍ୟାନେଜର ରୋହିତ ମହାନନ୍ଦ ଚାଷୀମାନଙ୍କୁ ଚାଷ ଋଣ, ଗୋପାଳନ, ମାଛ ଚାଷ, ହର୍ଭେଷ୍ଟର ଫାଇନାନ୍ସ, ମୁଦ୍ରା ଋଣ ଆଦି ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ। ଠିକ୍ ଭାବେ ଋଣ ପରିଷଶୋଧ କରୁଥିବା ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଥିଲା। କ୍ଷେତ୍ର ଅଧିକାରୀ ପ୍ରତ୍ୟୁଷ ରଞ୍ଜନ ଦାଶ ବିଭିନ୍ନ ଋଣ ବିଷୟରେ ଏବଂ ସବସିଡ୍ ସ୍କିମ୍ ବିଷୟରେ ଅବଗତ କରାଇଥିଲେ। ବ୍ୟାଙ୍କର ଏଭଳି ଯୋଜନାକୁ ଚାଷୀମାନେ ଖୁସି ରେ ସ୍ୱାଗତ ଜଣାଇଥିଲେ। ପରିଶେଷରେ କ୍ଷେତ୍ର ଅଧିକାରୀ ପ୍ରୀତି ରଞ୍ଜନ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *