
ଭବାନୀପାଟଣା:ତା :୨୬/୧୧ ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି କମିଶନର ତଥା ସଚିବ ଉଚ୍ଚଶିକ୍ଷା ବିଭାଗ ଓ ଇଲେକ୍ଟୋରାଲ ରୋଲ ଅବଜରଭର ଅରବିନ୍ଦ ଅଗ୍ରୱାଲ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନର ସମୀକ୍ଷା କରିଥିଲେ। ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶ ଜିଲ୍ଲାରେ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଅଭିଯାନର ଅଗ୍ରଗତି ସମ୍ପର୍କରେ ଅବଜରଭର ଶ୍ରୀ ଅଗ୍ରୱାଲଙ୍କୁ ଅବଗତ କରାଇଥିଲେ। ମୃତ ବ୍ଯକ୍ତିଙ୍କର ଭୋଟର ତାଲିକାରୁ ବାଦ ଦେବା ସହିତ ୧୮ ବର୍ଷରୁ ଉର୍ଦ୍ଧ ଯୁବକ ଯୁବତୀ କିପରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଭୋଟର ତାଲିକାରେ ନିଜର ନାମ ପଞ୍ଜୀକରଣ ଓ ଆବଶ୍ୟକ ସ୍ଥଳେ ସଂଶୋଧନ କରିପାରିବେ ତା ଉପରେ ଅବଜରଭର ଶ୍ରୀ ଅଗ୍ରୱାଲ ଗୁରୁତ୍ୟ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢ଼ୀ, ଉପ ଜିଲ୍ଲାପାଳ ଧର୍ମଗଡ ଧିମାନ ଚାକମା, ଉପ ଜିଲ୍ଲାପାଳ ଭବାନୀପାଟଣା,ପ୍ରଭାତ କୁମାର ପରିଡ଼ା, ଡେପୁଟି କଲେକ୍ଟର ନିର୍ବାଚନ ଶାଖା, ଚନ୍ଦ୍ରଦାସ ମହାନନ୍ଦିଆ, ସହ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ଓ ସଂସ୍କୃତି ଅଧିକାରୀ, ବିବେକାନନ୍ଦ ମହାନନ୍ଦ, ତହସିଲଦାର ଭବାନୀପାଟଣା, ଶୁଭସ୍ମିତା ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପାଳିକା ଭବାନୀପାଟନା ସତ୍ୟ ସମ୍ପର୍ଣ୍ଣା ରାଉତ, ରାଜନୈତିକ ଦଳ ଜାତୀୟ କଂଗ୍ରେସର ଜିଲ୍ଲା ଉପ ସଭାପତି, ଉଚ୍ଚବ ସାହୁ, ବି ଜେ ପି ର ସାଧାରଣ ସମ୍ପାଦକ ଜୟଶଙ୍କର ନାୟକ, ଆପ ଦଳର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ।