ସପନେଶ୍ବର ମହାଦେବଙ୍କ ପବିତ୍ର ପୀଠରେ ଶିବରାତ୍ରୀ ପାଳିତ, ଉଠିଲା ମହାଦୀପ

ଭୁବନେଶ୍ୱର – ୧୫/୨ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଦୋଷିଆ ପଞ୍ଚାୟତ ଅନ୍ତର୍ଗତ ବଉଳାଙ୍ଗ ଗ୍ରାମର ସପନେଶ୍ବର ବାବାଙ୍କ ପବିତ୍ର ପୀଠରେ ଶିବରାତ୍ରୀ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ୧୦ଟାରେ ଶ୍ରଦ୍ଧାଳୁ ଭକ୍ତମାନେ କଳସ ଯାତ୍ରାରେ ଅଂଶ ଗ୍ରହଣ କରିବା ସମୟରେ ଗ୍ରାମର କୀର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତନ କରି ସାରା ଗ୍ରାମ ପରିକ୍ରମା କରିଥିଲେ। ଏହାପରେ ବ୍ରାହ୍ମଣ ମାନେ ହୋମଯଜ୍ଞ୍ୟ କରିବା ସହ ଶିବ ପୁରାଣ ଦିନସାରା ପଠନ କରିଥିଲେ। ସନ୍ଧ୍ୟା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ରାତ୍ର ୧୧ ବେଳେ ପ୍ରଜ୍ବଳିତ ମହାଦୀପ ମନ୍ଦିର ବେଢା ପରିଭ୍ରମଣ କରି ସାରିବା ପରେ ମନ୍ଦିର ଚୂଡା ଉପରେ ରଖାଯାଇଥିଲା। ଏହି ସମୟରେ ଶ୍ରଦ୍ଧାଳୁ ଭକ୍ତଙ୍କ ହର୍ଷ ଉଲ୍ଲାସରେ ହରିବୋଲ ଓ ହୁଳହୁଳିରେ ପବିତ୍ର ପୀଠ ପ୍ରକମ୍ପିତ ହୋଇଥିଲା। ଦ୍ବିତୀୟ ଦିବସରେ ହରିହାଟ ହୋଇଥିଲା।୫ ଦିନ ଧରି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରତିଦିନ ସନ୍ଧ୍ୟା ସମୟରେ କୀର୍ତ୍ତନମଣ୍ଡଳୀ ସମଗ୍ର ଗ୍ରାମ ପରିକ୍ରମା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାଙ୍ଗାଳି ବିଶ୍ବାଳ ଓ ତାଙ୍କ ଧର୍ମପତ୍ନୀ ଶ୍ରୋତା ଥିବାବେଳେ ଏହି କାର୍ଯ୍ୟକ୍ରମକୁ ନିରଞ୍ଜନ ରାଉତ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *