
କେସିଙ୍ଗା – ୨୦.୧୨.୨୦୨୪ ଶୁକ୍ରବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗାର ୪୨ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ଶ୍ରୀ ଜୟ ନାରାୟଣ ବାବୁ କଳାହାଣ୍ଡି ବିଭାଗ ସଂଘ ଚାଳକ ଯୋଗ ଦେଇ ମାର୍ଗଦର୍ଶନ କରିଥିଲେ । ପରିଚାଳନା ସମିତିର ସଭାପତି ଶ୍ରୀ ସିମାଞ୍ଚଳ ବୁଦ୍ଧିଆ ଉକ୍ତ ସଭାର ସଭାପତିତ୍ଵ କରିଥିଲେ । ଉପସଭାପତି ଶ୍ରୀ ଘାସିରାମ ମହଲା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରବୀଣ କୁମାର ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ । କୋଷାଧ୍ୟକ୍ଷ ଶ୍ରୀ ସଂଜୀବ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବାର୍ଷିକ ମୁଖପତ୍ର ବଲ୍ଲରୀ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇଥିବା ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ଶିଶୁମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରଦର୍ଶିତ ହୋଇଥିଲା । ନିହାରିକା ରଥ , ତନୁଜା ପାଣ୍ଡେ ,ସମୀର ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।