ସର୍ଗୀଗୁଡା ଗ୍ରାମରେ ଦେଶୀ ରନ୍ଧା ମଦ ଜବତ

ଭବାନୀପାଟଣା – ୧୬/୧୦ ଭବାନୀପାଟଣା ସଦର ବ୍ଲକ ଅର୍ନ୍ତଗତ ସର୍ଗୀଗୁଡା ଗ୍ରାମରେ ଚାଲୁଥିବା ବେଆଇନ୍ ରନ୍ଧା ଦେଶୀ ମଦ ସ୍ଥାନ ଉପରେ ଅବକାରୀ ବିଭାଗ ଚଢାଉ କରି ଜବତ କରିଛି। ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ ଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଭାରପ୍ରାପ୍ତ ଅଧିକାରୀ ତିଳକରାମ ନାଏକଙ୍କ ନେତ୍ରୁତ୍ଵରେ ସର୍ଗୀଗୁଡା ଗ୍ରାମର ପଛ ପଟ ଏକ ନାଳ ପାଖରେ ଦେଶୀ ରନ୍ଧା ମଦ ସ୍ଥାନ ଉପରେ ଚଢାଉ କରି ୨୦୦ ଲିଟର ମହୁଲ ରନ୍ଧା ମଦ ଜବତ କରି ନଷ୍ଟ କରି ଦେଇଥିଲେ। ଏହା ସହ ଦେଶୀ ମଦ ରନ୍ଧା ସାମଗ୍ରୀ ୨୬୦୦ କିଲୋଗ୍ରାମ ମହୁଲ ଫାସ, ୫ କିଲୋ ଗୁଡ ଜବତ କରିଥିଲେ। ଏହି ଚୋରା ମଦ ଭବାନୀପାଟଣା ସହରକୁ ଚୋରା ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ସୂଚନା ପାଇବା ପରେ ସେଠାରେ ପହଞ୍ଚିଥିଲା। ଏହି ଚଢାଉରେ ଅବକାରୀ ଇନ୍ପେପେକ୍ଟର କିଶନ ଗୌଡ, ସିପାହୀ ପ୍ରଦ୍ୟୁମ୍ନ ନାଏକ, ରାଜ କୁମାର ଶବର ପ୍ରମୂଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *