
ଭବାନୀପାଟଣା- ୭/ ୧୧ ବରିଷ୍ଠ ସାମ୍ବାଦିକ ସତ୍ଯ ନାରାୟଣ ଦାଶଙ୍କ ଅକାଳ ବିୟୋଗ ଖବର ନେଇ କଳାହାଣ୍ଡି ଜିଲ୍ଲାର ସାମ୍ବାଦିକ ମାନଙ୍କ ତରଫରୁ ସ୍ଥାନୀୟ ଜିଲ୍ଲା ଅମଲା ଭବନ ଠାରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଟିତ ହୋଇଯାଇଛି।ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ଶୋକ ସଭାରେ ସମସ୍ତ ସାମ୍ବାଦିକ ମର୍ମାହତ ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସ୍ଵର୍ଗତ ଦାଶଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଶୋକ ସଭାରେ ବିଶିଷ୍ଟ ସାମ୍ବାଦିକ ଉମାଶଙ୍କର କର, ଶାନ୍ତନୁ ବେହେରା, ସ୍ବାଧୀନ ପାତ୍ର, ଦେବେନ୍ଦ୍ର ବିଶି, ସନ୍ତୋଷ ପ୍ରଧାନ, ମନୋଜ ନାୟକ, ଅମିର ମହମ୍ମଦ, ଶିବା ନାୟକ, ଶୁଭମ ରୋହିଲା, ବିକାଶ ଷଡଙ୍ଗୀ, ମନମୋହନ ପ୍ରଧାନ, ବିଷ୍ନୁ ସ୍ଵାଇଁ, ଅଜିତ ସିଂ, କବିରାଜ ଦୁର୍ଗା, ସମାଜସେବୀ ଶିବରାମ ନାୟକ, ପ୍ରମୂଖ ସ୍ଵର୍ଗତ ଦାଶଙ୍କ ଅମର ଆତ୍ମାର ସଦଗତି କାମନା ସହ ସ୍ମୃତି ଚାରଣ କରିଥିଲେ।