ସୂଚନା ଅଧିକାର ଆଇନ ବିଷୟରେ ଜ୍ଞାନ ନଥିବାର ପରିଚୟ ଦେଲେ ବ୍ଲକର କେତେକ ପ୍ରଧାନ ଶିକ୍ଷକ

କେସିଙ୍ଗା-୧୯/୩ ଜନୈକ ଗଣମାଧ୍ୟମ ପ୍ରତିନିଧି ଗତମାସ ୪ ତାରିଖରେ କେସିଙ୍ଗା ବ୍ଲକର ସମସ୍ତ ହାଇସ୍କୁଲ ଗୁଡିକ ୫ଟି ରେ ରୂପାନ୍ତରିତକରଣ ହୋଇଥିବା ବିଷୟରେ ବିଭିନ୍ନ ତଥ୍ୟ ଜାଣିବାକୁ ଚାହିଁଥିଲେ। ଏ ବିଷୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, କେସିଙ୍ଗାଙ୍କ କାର୍ଯ୍ୟାଳୟକୁ ଆରଟିଆଇ ମାଧ୍ୟମରେ ଆବେଦନ କରି ବ୍ୟକ୍ତିଗତ ନେବାକୁ ଲେଖିଥିଲେ। ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ପିଆଇଓ ଆରଟିଆଇ ଆକ୍ଟ ରୁଲ୍ ୬ ଅନୁସାରେ ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି କରିଥିଲେ। ପ୍ରାୟ ୫ଟି ସ୍କୁଲର ପ୍ରଧାନଶିକ୍ଷକ ଆବେଦନକାରୀ ଙ୍କ ନିକଟକୁ ସିଧାସଳଖ ଚିଠି କରି ଜେରେକ୍ସ କପିର ଖର୍ଚ୍ଚ ସହ ପୋଷ୍ଟାଲ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦ ୧୦୦ ଟଙ୍କା ଅଧିକ ଲେଖିଥିଲେ। ତେଣୁ ଆବେଦନକାରୀ ଏ ବିଷୟରେ ପିଆଇଓଙ୍କୁ ଜଣାଇବାରୁ ସେ କହିଥିଲେ ଯେ ଆପଣ ୧୦୦ ଟଙ୍କା ଦେବେ ନାହିଁଁ କି ଆଉ ତାଙ୍କ ଚିଠି ରଖିବେ ନାହିଁ। ତେଣୁ ଉକ୍ତ ଗଣମାଧ୍ୟମ ପ୍ରତିନିଧି ଜଣକ ଚିଠି ରଖିବା ବନ୍ଦ କରିଦେଲେ। ଅପରପକ୍ଷରେ ଫେବୃଆରୀ ୪ ତାରିଖରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଆବେଦନକାରୀ ଉକ୍ତ ଆରଟିଆଇ ମାଧ୍ୟମରେ କୈାଣସି ତଥ୍ୟ ନ ପାଇବାରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ମାର୍ଚ୍ଚ ୬ ତାରିଖରେ ପ୍ରଥମ ଅପିଲ୍ କରିଥିଲେ। ତେଣୁ ବିଇଓ ଆନନ୍ଦ କୁମାର ବେହେରା ପୁନଃ ସମସ୍ତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କୁ ଚିଠି କରି ଗତକାଲି ୧୮ ତାରିଖରେ ସୂଚନା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଆଣି ବିଇଓ କାର୍ଯ୍ୟାଳୟ ରେ ଉପସ୍ଥିତ ରହିବାକୁ ଆଦେଶ ଦେଇଥିଲେ । ହେଲେ କେତେକ ପ୍ରଧାନ ଶିକ୍ଷକ ବିଇଓ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ ମଧ୍ୟ ସୂଚନା ପତ୍ର ଆଣିନଥିଲେ । କିଏ କହିଲା ଆମ ସ୍କୁଲରେ ପରୀକ୍ଷା ଚାଲିଛି ତ ଆଉ କିଏ କହିଲା ଆମେ ମାଟ୍ରିକ ପରୀକ୍ଷା ଖାତା ଦେଖୁଛି ସମୟ ହେଉନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଗତ ୧୮ ତାରିଖ ସୁଦ୍ଧା ୪୦ ଦିନ ବିତିଗଲା ଅଥଚ ଏମାନଙ୍କୁ ସମୟ ହେଲାନାହିଁ ନା ଆରଟିଆଇ ସମ୍ବନ୍ଧୀୟ ବିଶେଷ ଜ୍ଞାନ ନଥିବାରୁ ତଥ୍ୟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଅନ୍ୟପକ୍ଷରେ ଆଉ କେତେକ ହାଇସ୍କୁଲରେ ୫ଟି ରୂପାନ୍ତରିତ କରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରିଥିବା କାରଣରୁ ଆସିଲେ ନାହିଁ ବୋଲି ସନ୍ଦେହ ସୃଷ୍ଟି କରିଛି। ପୁନଶ୍ଚ ବିଇଓ ଶ୍ରୀ ବେହେରା ଆସନ୍ତା ୨୮ ତାରିଖରେ ସୂଚନା ଆଇନ ମୁତାବକ ତଥ୍ୟ ଦେବାକୁ ସମୟ ଧାର୍ଯ୍ୟ କରିଥିବା ପ୍ରକାଶ।

Leave a Reply

Your email address will not be published. Required fields are marked *