ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ ଓ କୋର୍ଟ ଚାଲାଣ

କେସିଙ୍ଗା -୧୨/୯ ସ୍ତ୍ରୀକୁ ବିଷ ଦେଇ ମାରିବା ବାପଘର ଲୋକଙ୍କ ଅଭିଯୋଗରେ ସ୍ଥାନୀୟ ପୁଲିସ ସ୍ବାମୀ ଜଗନ୍ନାଥ ସାହୁ (୨୮) ଙ୍କୁ ଗିରଫ ସହ ଆଜି କୋର୍ଟ ଚାଲାଣ କରିଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ୧୦ ତାରିଖରେ ଅଧିକ ଯୌତୁକ ଆଣିବା ଦାବି କରି କେସିଙ୍ଗା ବ୍ଲକ ଅନ୍ତର୍ଗତ ଭଅଁରମାଲ୍ ଗ୍ରାମର ଜଗନ୍ନାଥ ସାହୁ ପିତା ରୋମାଞ୍ଚଳ ସାହୁଙ୍କ ପରିବାର ଲୋକେ ଜଗନ୍ନାଥଙ୍କ ପତ୍ନୀ କ୍ଷୀରବତୀ ସାହୁଙ୍କୁ ନିର୍ଯ୍ୟାତନା ଦେବା ସହ ବିଷ ପିଆଇ ମାରି ଦେଇଥିବା ନେଇ କେସିଙ୍ଗା ଆଦର୍ଶ ଥାନାରେ ଝିଅର ବାପଘର ଲୋକେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇଲା ପରେ ଥାନା ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ବାଳ ଥାନା କେଶ୍ ନଂ୪୪୮/ତା. ୧୧/୯/୨୦୨୫ ରେ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ କରି ସ୍ବାମୀ ଶ୍ରୀ ସାହୁଙ୍କୁ ଗିରଫ କରି ଆଣି ଥାନାରେ ଅଟକ ରଖିଥିଲେ। ଆଜି ଦଫା ନଂ ୮୦/୧୨୩/୨୩/ ୩(୫)ଆର/ ଡବ୍ଲୁ ସେକ୍ସନ ୪ ଡିପି ଆକ୍ଟରେ କୋର୍ଟ ଚାଲାଣ କରିଥିବା ଆଇଆଇସି ଶ୍ରୀ ବିଶ୍ବାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *