କାହିଁକି ହେଉଛି ବିଳମ୍ବ ? ତାହା ତଦନ୍ତ ସାପେକ୍ଷ।
କେସିଙ୍ଗା-୧୦/୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଉତ୍କେଳା ଓ ଚାଞ୍ଚେର ଗ୍ରାମ ପଞ୍ଚାୟତରେ ସିଏଫସି ଓ ଏସଏଫସି ଅନୁଦାନ ବ୍ୟାପକ ବାଟମାରଣା ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇଁ ପୂର୍ବତନ ବିଡ଼ିଓ ବ୍ଲକ ଫାଇନାନ୍ସ ଅଫିସରଙ୍କ ଦ୍ବାରା ଏହାର ତଦନ୍ତ କରାଇଥିଲେ। ବିଏଫଓ ଏହାର ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲେ ଯେ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ୧୪ , ୧୫ ତମ ସିଏଫସି /୪ର୍ଥ ଏବଂ ୫ମ ଏସଏଫସି ଅନୁଦାନ କାରବାରରେ କ୍ୟାସ ବୁକ୍ ଓ ବ୍ୟାଙ୍କ ପାସ୍ ବୁକ୍ ମଧ୍ୟରେ ତାରତମ୍ୟ ନଥିବା ଦେଖିବାକୁ ପାଇଥିଲେ । ଏଣୁ ଏହି ସରକାରୀ ଅନୁଦାନରୁ ବଡଭାଗ ଅର୍ଥ ବାଟମାରଣା ହୋଇଥିବା ନେଇ ଅନୁମାନ କରାଯାଉଛି। ତେଣୁ ବ୍ଲକ ଫାଇନାନ୍ସ ଅଫିସର ଏପରି ଅନିୟମିତତାର ସ୍ପେଶାଲ ଅଡିଟ୍ ପାଇଁ ବିଡ଼ିଓଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ପୂର୍ବତନ ବିଡ଼ିଓ ଏହାର ସ୍ପେଶାଲ ଅଡିଟ୍ ପାଇଁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିବେଦନ କରିଥିଲେ। ଏହି ନିବେଦନ ଚିଠି ପାଇ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ ୪୭୫୪/ ଜେଡ୍ ପି/ ତା.୩.୧୨.୨୦୨୪ ରିଖରେ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗ ଅତିରିକ୍ତ ସଚିନଙ୍କୁ ସ୍ପେଶାଲ ଅଡିଟ୍ ପାଇଁ ଚିଠି ଲେଖିଥିଲେ। ହେଲେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଆଜିଯାଏ କୈାଣସି ପଦକ୍ଷେପ ନେଇନଥିବାରୁ ଏପରି ବଡଧରଣର ଦୁର୍ନୀତିକୁ ଚାପି ଦେବା ଲାଗି ଲାଞ୍ଚ କାରବାର ହୋଇଥାଇପାରେ ସାଧାରଣରେ ଆଲୋଚନା ହେଉଛି।